ଆଲୁମିନିୟମ୍ କାରଖାନାରେ ଫାଟିଲା ବଏଲର୍, ଜଣେ ଶ୍ରମିକ ମୃତ, ୮ ଆହତ

ବିହାରର ସମସ୍ତିପୁରରେ ଏକ କାରଖାନାରେ ବଏଲର ବିସ୍ଫୋରଣ ହେତୁ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଏକ ଆଲୁମିନିୟମ୍ କାରଖାନାରେ ହଠାତ୍ ବଏଲର ଫାଟିଯିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ୮ ଜଣ ଶ୍ରମିକ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ଭୈନି ଥାନା ଅଞ୍ଚଳରେ ଘଟିଛି ।

ବିସ୍ଫୋରଣ ପରେ ଘଟଣାସ୍ଥଳରେ ଅନେକ ଶ୍ରମିକ ଭଗ୍ନାବଶେଷ ମଧ୍ୟରେ ପୋତି ହୋଇପଡ଼ିଥିଲେ । ଖବର ପାଇ ପୋଲିସ ଓ ପ୍ରଶାସନ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଥିବା ସୂଚନା ରହିଛି ।

କାରଖାନା ଆଖପାଖର ଲୋକମାନେ ଘଟଣାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି । ସମସ୍ତ ଶ୍ରମିକ କୋଲକାତାର ବୋଲି ଜଣାପଡ଼ିଛି ।

ଗତବର୍ଷ ଭାଗଲପୁରରେ ମଧ୍ୟ ଏକ ଧମାକା ହୋଇଥିଲା । ୨୦୨୪ ଅକ୍ଟୋବର ୧ରେ ଭାଗଲପୁରର ହବିବପୁର ଥାନା ଅଧୀନ ଏକ ଗଳିରେ ଜୋରଦାର ବିସ୍ଫୋରଣ ଘଟିଥିଲା । ଏଥିରେ ୭ ବର୍ଷର ଜଣେ ପିଲା ଆହତ ହୋଇଥିଲା ।

ଏହାପୂର୍ବରୁ ୨୦୨୧ ଡିସେମ୍ବରରେ ବି ମୁଜାଫରପୁରରେ ଏକ କାରଖାନାରେ ବଏଲର ଫାଟିଯାଇଥିଲା । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିଲେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତି ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୪ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଘୋଷଣା କରିଥିଲେ ।

You might also like