ଦେଶ ବିଦେଶ

ବିଜେପି ନେତ୍ରୀଙ୍କ ପୁଅ ଉପରକୁ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ସ୍କୁଟିରେ ଯାଉଥିବା ମହିଳା; ଘଟଣା ସିସିଟିଭିରେ କଏଦ

ପ୍ରୟାଗରାଜରେ ବିଜେପି ମହିଳା ନେତ୍ରୀଙ୍କ ପୁଅ ଉପରେ ମରଣାନ୍ତକ ଆକ୍ରମଣ। ତାଙ୍କୁ ବୋମାରେ ମରଣାନ୍ତକ ଆକ୍ରମଣ କରାଯିବା ନେଇ ଥାନାରେ ଅଭିଯୋଗ ଆସିଛି। ଆକ୍ରମଣକାରୀମାନେ ମହିଳା ନେତ୍ରୀଙ୍କ ପୁଅଙ୍କ ସଫାରୀ କାର୍‌ ଉପରେ ଦୁଇଟି ବୋମା ଫିଙ୍ଗିଛନ୍ତି। ବୋମା ଫାଟିବା ଦ୍ୱାରା କାର୍‌ କ୍ଷତିଗ୍ରସ୍ତ ହୋଇଛି। ଯଦିଓ କାର୍‌ ଭିତରେ ଥିବା ନେତ୍ରୀଙ୍କ ପୁଅ ଏବଂ ତାଙ୍କ ସାଙ୍ଗଙ୍କୁ କୌଣସି ଆଘାତ ଲାଗିନାହିଁ।

ବୋମାମାଡ଼ ଘଟଣାର ସିସିଟିଭି ଭିଡିଓ ଏବେ ସାମ୍ନାକୁ ଆସିଛି। ଘଟଣା ପ୍ରୟାଗରାଜର ଝୁସି ଅଞ୍ଚଳର ଆବାସ ବିକାଶ କଲୋନୀର ବୋଲି ଜଣାପଡ଼ିଛି। ବିଜେପି ନେତ୍ରୀ ସ୍ଥାନୀୟ ଝୁସି ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି।

ମହିଳା ନେତ୍ରୀ ବିଜୟଲକ୍ଷ୍ମୀ ଚନ୍ଦେଲ ହେଉଛନ୍ତି ବିଜେପିର ଜିଲ୍ଲା ମନ୍ତ୍ରୀ। ସେ ଥାନାପୁର ଗ୍ରାମସଭାରେ ଗ୍ରାମ ପ୍ରଧାନ ମଧ୍ୟ ଅଛନ୍ତି। ତାଙ୍କ ପୁଅ ୨୦ ବର୍ଷୀୟ ବିଧାନ ସିଂ ଗୁରୁବାର ରାତି ୮ଟାରେ ନିଜ ମାଉସୀ ଘରକୁ ଯାଉଥିଲେ। ସେଠାରେ ଦୁଇଟି ବାଇକ୍‌ରେ ୬ ଜଣ ଯୁବକ ଆସି ବିଧାନଙ୍କ ସଫାରୀ କାର୍‌ ଉପରେ ବୋମାମାଡ଼ କରିଥିଲେ। ତେବେ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ପୋଲିସ କନଷ୍ଟେବଳଙ୍କ ପୁଅ ଥିବା ଅଭିଯୋଗରେ ଦର୍ଶାଯାଇଛି।

ଅଭିଯୋଗ ମୁତାବକ, କନଷ୍ଟେବଳଙ୍କ ପୁଅ ସହିତ ମହିଳା ନେତ୍ରୀଙ୍କ ପୁଅ ବିଧାନଙ୍କର କିଛି ଦିନ ତଳେ ଝଗଡ଼ା ହୋଇଥିଲା। କନଷ୍ଟେବଳ ଏବଂ ତାଙ୍କ ପୁଅ ନେତ୍ରୀଙ୍କ ଘରକୁ ଯାଇ କ୍ଷମା ମଧ୍ୟ ମାଗିଥିଲେ। ଏହାସତ୍ତ୍ୱେ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ କାର୍‌ ଉପରକୁ ବୋମାମାଡ଼ କରାଯାଇଛି।

Roshni

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

33 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

2 hours ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

2 hours ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

2 hours ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

2 hours ago