କ୍ବେଟା ରେଳ ଷ୍ଟେସନରେ ବିସ୍ଫୋରଣ, ୨୦ ମୃତ, ବଢିପାରେ ମୃତକଙ୍କ ସଂଖ୍ୟା

ପାକିସ୍ତାନ  ବେଲୁଚିସ୍ତାନର କ୍ବେଟା ଷ୍ଟେସନରେ ବଡ଼ ବିସ୍ଫୋରଣ । ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାରେ ୩୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଆଗକୁ ଆହୁରି ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ୍ ଏବଂ ପୋଲିସ ପହଞ୍ଚି ଯାଞ୍ଚ କରୁଛି ।

ଖବର ମୁତାବକ, କ୍ବେଟାର ଦୁଇଟି ସ୍ଥାନରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ରେଲୱେ ଷ୍ଟେସନର ବୁକିଂ କାର୍ଯ୍ୟାଳୟ ନିକଟରେ ଘଟିଛି । ବିସ୍ଫୋରଣ ପରେ ଷ୍ଟେସନରେ ଦୌଡଧାପଡ କରିଥିଲେ ଯାତ୍ରୀ । ତେବେ ଏହା ବୋମା ବିସ୍ଫୋରଣ ବୋଲି ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି । ବିସ୍ଫୋରଣର କାରଣ ଜଣାପଡିନାହିଁ । କ୍ୱେଟାସ୍ଥିତ ସିଭିଲ ହସ୍ପିଟାଲରେ ଗୁରୁତରଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ଛୁଟିକୁ ବାତିଲ କରି ଦିଆଯାଇଛି ।

କ୍ୱେଟାର ଏସଏସପି ଅପରେସନ ମହମ୍ମଦ ବଲୋଚ ବିବିସିକୁ କହିଛନ୍ତି, “କ୍ୱେଟାରୁ ରାୱଲପିଣ୍ଡି ଯାଉଥିବା ଜାଫର ଏକ୍ସପ୍ରେସର ଯାତ୍ରୀମାନେ ଟ୍ରେନ୍ ଆସିବାକୁ ଅପେକ୍ଷା କରୁଥିବା ବେଳେ ରେଳ ଷ୍ଟେସନରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ସମୟରେ ଅଧିକାଂଶ ଯାତ୍ରୀ ପ୍ଲାଟଫର୍ମରେ ଉପସ୍ଥିତ ଥିଲେ ।

You might also like