ଦିଲ୍ଲୀ ସିଆରପିଏଫ ସ୍କୁଲ ନିକଟରେ ବିସ୍ଫୋରଣ, ଭାଙ୍ଗିଲା ସ୍କୁଲ ପାଚେରୀ

ଦିଲ୍ଲୀରେ ରୋହିଣୀ ଅଞ୍ଚଳରେ ଥିବା ସିଆରପିଏଫ ସ୍କୁଲ ନିକଟରେ ବିସ୍ଫୋରଣ ହୋଇଛି । ଘଟଣା ସ୍ଥଳରେ ପୋଲିସ ଛାନଭିନ କରୁଛି । ଆଜି ସକାଳ ପ୍ରାୟ ୭ଟା ୪୭ ମିନିଟରେ ବିସ୍ଫୋରଣ ନେଇ ଦିଲ୍ଲୀ ପୋଲିସ ସୂଚନା ପାଇଥିଲା । ଭୟଙ୍କର ଶବ୍ଦ ସହ ବିସ୍ଫୋରଣ ହୋଇଥିବା ପୋଲିସକୁ ସୂଚନା ମିଳିଥିଲା । ଘଟଣା ସ୍ଥଳରେ ପୋଲିସ ଏବଂ ଦମକଳ ବିଭାଗ ଟିମ୍‌ ରହିଛି ।

ଖବର ମୁତାବକ, ବିସ୍ଫୋରଣରେ ସ୍କୁଲ ପାଚେରୀ ଭାଙ୍ଗି ଯାଇଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ସିଆରପିଏଫ ସ୍କୁଲ ନିକଟରେ ଅନେକ ଦୋକାନ ରହିଛି । ତେବେ ସିଲିଣ୍ଡର ବିସ୍ଫୋରଣ ହେଉଥିବା ଅନୁମାନ କରାଯାଉଛି । ବିସ୍ଫୋରଣ ପରେ ଆଖପାଖ ଗାଡି ଏବଂ ଘରର କାଚ ଭାଙ୍ଗିଯାଇଛି ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି । ତବେେ କିଏ ବିସ୍ଫୋରଣ କରିଛି ଏବଂ ବିସ୍ଫୋରଣ ପଛର କାରଣ କଣ ସେ ନେଇ କିଛି ସ୍ପଷ୍ଟ ହୋଇନି । ଏଥିସହ ଏଫ୍‌ଏସ୍‌ଏଲ୍‌ର ଟିମ୍‌ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛି । ପୋଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଧିଗ୍ଧ ମିଳିନାହିଁ ।