ଦିଲ୍ଲୀର ଇଣ୍ଡିଆନ ସ୍କୁଲରେ ବୋମା! ଧମକପୂର୍ଣ୍ଣ ଇମେଲ୍‌ ମିଳିବା ପରେ ଖାଲି କରାଗଲା ବିଦ୍ୟାଳୟ, ଯାଞ୍ଚ କରୁଛି ବୋମା ନିଷ୍କ୍ରିୟକାରୀ ଟିମ୍‌

ଦିଲ୍ଲୀର ଇଣ୍ଡିଆନ ସ୍କୁଲରେ ବୋମା। ଏ ନେଇ ଏକ ଇମେଲ୍‌ ମିଳିବା ପରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଧମକପୂର୍ଣ୍ଣ ଇମେଲ ମିଳିବା କ୍ଷଣି ତୁରନ୍ତ ପୂରା ସ୍କୁଲକୁ ଖାଲି କରି ଦିଆଯାଇଛି। ସକାଳ ୧୦ଟା ୪୯ ମିନିଟ୍‌ରେ ଏହି ଇମେଲ ଆସିଥିବା ଜଣାପଡ଼ିଛି।

ଦିଲ୍ଲୀର ଇଣ୍ଡିଆନ ସ୍କୁଲରେ ବୋମା। ଏ ନେଇ ଏକ ଇମେଲ୍‌ ମିଳିବା ପରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଇମେଲ ମିଳିବା କ୍ଷଣି ସଙ୍ଗେ ସଙ୍ଗେ ପୂରା ସ୍କୁଲକୁ ଖାଲି କରି ଦିଆଯାଇଛି। କହି ରଖୁଛୁ ଯେ ସକାଳ ୧୦ଟା ୪୯ ମିନିଟ୍‌ରେ ସ୍କୁଲକୁ ଏକ ଧମକପୂର୍ଣ୍ଣ ମେଲ ଆସିଥିଲା, ଯାହା ପରେ ସ୍କୁଲ ପ୍ରଶାସନ ତରଫରୁ ବୃଜେଶ ନାମକ ବ୍ୟକ୍ତି ତୁରନ୍ତ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ବର୍ତ୍ତମାନ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

ସୂଚନା ମୁତାବକ, ଡିଫେନ୍ସ କଲୋନୀ ଥାନା ଅଞ୍ଚଳରେ ଥିବା ଏହି ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଥିଲା, ଯାହାପରେ ବର୍ତ୍ତମାନ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ସ୍କୁଲକୁ ଖାଲି କରାଯାଇଛି। ପିଲାମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ମେଲ୍‌ ମିଳିବାର ତୁରନ୍ତ ପରେ ବୋମା ନିଷ୍କିୟକାରୀ ଦଳକୁ ଡକାଯାଇଥିଲା। ବୋମା ନିଷ୍କିୟକାରୀ ଦଳ ପହଞ୍ଚି ପୂରା ସ୍କୁଲରେ ଯାଞ୍ଚ ଆରମ୍ଭ କରିଛି।

Leave A Reply

Your email address will not be published.