ଦିଲ୍ଲୀର ଏକ ସ୍କୁଲରେ ବୋମା ଆତଙ୍କ, ଘଟଣାସ୍ଥଳରେ ବମ୍ ସ୍କ୍ୱାଡର ତନାଘନା

ନୂଆଦିଲ୍ଲୀ : ସ୍କୁଲରେ ବୋମା । ଦିଲ୍ଲୀର ଏକ ସ୍କୁଲରେ ବୋମା ଆତଙ୍କ । ଦକ୍ଷିଣ ଦିଲ୍ଲୀର ଇଣ୍ଡିଆନ୍‌ ପବ୍ଲିକ ସ୍କୁଲରେ ବୋମା ଥିବା ନେଇ ଆସିଲା ଇ-ମେଲ୍‌ । ଏହାପରେ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ୍‌ ପହଞ୍ଚିଥିଲେ । ସେଠାରୁ କୌଣସି ବୋମା ମିଳି ନଥିଲା । ଇ-ମେଲର ସତ୍ୟାସତ୍ୟ ନେଇ ଖୋଳତାଡ ଚାଲିଛି । କିଏ ଓ କାହିଁକି ଏଭଳି ଇ-ମେଲ୍‌ ଦେଲା ସେନେଇ ତନାଘନା ତଦନ୍ତ କରାଯାଉଛି ।

ନିକଟରେ ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବା ପୂର୍ବରୁ ରାହୁଲ ଗାନ୍ଧୀଙ୍କ ନାଁରେ ଅନେକ ଧମକଭରା ଚିଠି ମିଳୁଥିଲା । ଚିଠିରେ ବରିଷ୍ଠ କଂଗ୍ରେସ ନେତାଙ୍କୁ ବୋମାରେ ଉଡାଇଦେବାକୁ ଧମକ ମିଳୁଥିଲା । ହେଲେ ଅନେକ ଯାଞ୍ଚ ପରେ ବି ଘଟଣାର ସତ୍ୟାସତ୍ୟ କିଛି ମିଳିନଥିଲା । ତେଣୁ ଏହି ଘଟଣାକୁ ବି କିଛି ଲୋକଙ୍କ ଦୁଷ୍ଟାମୀ ବୋଲି ଅନୁମାନ କରାଯାଉଥିଲେ ବି ଯାଞ୍ଚ ଜାରି ରଖିଛି ଦିଲ୍ଲୀ ପେଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.