ଗୁଜରାଟ: ରାଜକୋଟରେ ୧୦ ହୋଟେଲକୁ ବୋମା ଧମକ

ଗୁଜରାଟର ରାଜକୋଟରେ ୫ ଷ୍ଟାର ହୋଟେଲ ସମେତ ୧୦ ହୋଟେଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଏ ନେଇ ଧମକପୂର୍ଣ୍ଣ ମେଲ୍ ଆସିଛି । ଉତ୍ସବ ବେଳେ ଏଭଳି ବୋମା ଧମକ ମିଳିବାକୁ ନେଇ ଆତଙ୍କର ବାତାବରଣ ଖେଳିଯାଇଛି । ରାଜକୋଟ ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି । ଏହା ସହିତ ମେଲ୍ କିଏ ପଠାଇଛି, ତାହା ମଧ୍ୟ ଜାଣିବାକୁ ପୋଲିସ ଚେଷ୍ଟା ଚଳାଇଛି ।

ବିମାନ ଏବଂ ସ୍କୁଲ-କଲେଜ ପରେ ଏବେ ହୋଟେଲଗୁଡ଼ିକୁ ବୋମା ଧମକ ମିଳିଛି । ସୂଚନା ମୁତାବକ, ଯେଉଁ ହୋଟେଲକୁ ବୋମା ଧମକ ମିଳିଛି, ସେଗୁଡ଼ିକ ମଧ୍ୟରେ ଏମ୍ପାରିୟଲ ପ୍ୟାଲେସ, ସୟାଜୀ ହୋଟେଲ, ସିଜନ ହୋଟେଲ, ହୋଟେଲ ଗ୍ରାଣ୍ଡ ରିଜେନ୍ସି ଆଦି ରହିଛି ।

ସୂଚନା ପାଇ ବୋମା ନିଷ୍କ୍ରିୟକାରୀ ଟିମ୍ ଏବଂ ରାଜକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ହୋଟେଲ ପରିସର ଏବଂ ଭିତରେ ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଛି । କହି ରଖୁଛୁ ଯେ ଅକ୍ଟୋବର ୨୫ରେ ମଧ୍ୟ ଏହିପରି ତିରୁପତିର ଅନେକ ହୋଟେଲକୁ ବୋମା ଧମକ ମିଳିଥିଲା ।

You might also like