ଦେଶ ବିଦେଶ

ବେଙ୍ଗାଲୁରୁର ୩ ବଡ଼ ହୋଟେଲକୁ ବୋମା ଧମକ, ପରିସରରେ ଚାଲିଛି ଛାନ୍‌ଭିନ୍‌

କେବଳ ଦିଲ୍ଲୀ ନୁହେଁ, କର୍ଣ୍ଣାଟକର ବେଙ୍ଗାଲୁରୁରେ ମଧ୍ୟ ବିଳାସମୟ ହୋଟେଲଗୁଡ଼ିକୁ ମିଳିଛି ବୋମା ଧମକ । ଇମେଲ୍‌ ଜରିଆରେ ବୋମା ଧମକ ଦିଆଯାଇଛି । ୩ଟି ବଡ଼ ହୋଟେଲକୁ ବୋମାରେ ଉଡ଼ାଇ ଦେବାକୁ ନେଇ ଧମକପୂର୍ଣ୍ଣ ଇମେଲ୍‌ ମିଳିଛି । ଏଥିରେ ସହରର ଫାଇଭ୍‌ ଷ୍ଟାର୍‌ ଓଟେରା ହୋଟେଲ ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।

ବୁଧବାର ଅପରାହ୍ନ ୨ଟା ବେଳେ ଏହି ଧମକ ଦିଆଯାଇଥିଲା । କିନ୍ତୁ ହୋଟେଲ କର୍ମଚାରୀମାନେ ଗୁରୁବାର ସକାଳେ ଇମେଲ୍‌ ଚେକ୍‌ କରିବା ପରେ ଏହା ବିଷୟରେ ଜାଣିବାକୁ ପାଇଥିଲେ । ଏଭଳି ଧମକପୂର୍ଣ୍ଣ ଇମେଲ୍‌ରେ ଭୟଭୀତ ହୋଇ ହୋଟେଲ କର୍ତ୍ତୃପକ୍ଷ ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଟିମ୍‌କୁ ସୂଚନା ଦେଇଥିଲେ । ବୋମା ସ୍କ୍ଵାଡ୍‌ ଏବଂ ପୋଲିସ ଟିମ୍‌ ବର୍ତ୍ତମାନ ଓଟେରା ଏବଂ ଅନ୍ୟାନ୍ୟ ହୋଟେଲରେ ସର୍ଚ୍ଚ ଅପରେସନ ଚଳାଇଛନ୍ତି ।

କହି ରଖୁଛୁ ଯେ କିଛି ଦିନ ଧରି କ୍ରମାଗତ ଭାବେ ଦିଲ୍ଲୀ, ବେଙ୍ଗାଲୁରୁ, ଅହମ୍ମଦାବାଦ, ଜୟପୁର ଓ ଲକ୍ଷ୍ନୌ ଭଳି ସହରରେ ସ୍କୁଲ ଏବଂ ହସ୍ପିଟାଲଗୁଡ଼ିକୁ ଧମକପୂର୍ଣ୍ଣ ଇମେଲ୍‌ ମିଳିଥିଲା । ଏହା ସହିତ ଦିଲ୍ଲୀ, ମୁମ୍ବାଇ, ଗୋଆ, ନାଗପୁର ଏବଂ କୋଲକାତା ବିମାନବନ୍ଦରର ବିଭିନ୍ନ ସରକାରୀ ଭବନକୁ ମଧ୍ୟ ବିଦେଶରୁ ଧମକପୂର୍ଣ୍ଣ ମେଲ୍‌ ପଠାଯାଇଥିଲା ।

କିଛି ଦିନ ତଳେ ଦିଲ୍ଲୀର ବିଭିନ୍ନ ହସ୍ପିଟାଲକୁ ବୋମା ଧମକ ମିଳିଥିଲା । ଏହାକୁ ନେଇ ଚାରିଆଡ଼େ ଆତଙ୍କର ବାତାବରଣ ଖେଳିଯାଇଥିଲା । ଦିଲ୍ଲୀ ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ସେମାନଙ୍କୁ ବିଭିନ୍ନ ହସ୍ପିଟାଲରୁ ବୋମା ଧମକ ନେଇ ଇମେଲ ମିଳିଥିଲା । ଏହି ହସ୍ପିଟାଲଗୁଡ଼ିକ ମଧ୍ୟରେ ଜିଟିବି ହସ୍ପିଟାଲ, ଦାଦା ଦେବ ହସ୍ପିଟାଲ (ଜନକପୁରୀ), ହେଡ୍‌ଗେଓ୍ଵାର ହସ୍ପିଟାଲ, ଦୀପଚନ୍ଦ୍ର ବନ୍ଧୁ ହସ୍ପିଟାଲ ଆଦି ଅନ୍ତର୍ଭୁକ୍ତ । ବୋମା ଧମକର ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗ ସମସ୍ତ କଲ୍ ଯାଞ୍ଚ କରିଥିଲା ।

ବୁରାଡ଼ି ହସ୍ପିଟାଲ, ସଞ୍ଜୟ ଗାନ୍ଧି ହସ୍ପିଟାଲକୁ ଧମକପୂର୍ଣ୍ଣ ଇମେଲ ମିଳିବା ପରେ ଉଭୟ ହସ୍ପିଟାଲରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ବୋମା ଓ ଡଗ୍‌ ସ୍କ୍ଵାଡ୍‌ ସହାୟତାରେ ପୋଲିସ, ଅଗ୍ନିଶମ ବିଭାଗ ଏବଂ ସିଭିକ୍‌ ଏଜେନ୍ସି ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲେ । କିନ୍ତୁ ପରିସରରୁ କୌଣସି ସନ୍ଦେହଜନକ ଜିନିଷ ମିଳି ନ ଥିଲା ।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

5 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago