ସୁରକ୍ଷା ବଢାଅ, ନଚେତ ରାମ ମନ୍ଦିରକୁ ବୋମାରେ ଉଡ଼ାଇ ଦେବୁ

ଅଯୋଧ୍ୟା ରାମ ମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ । ମନ୍ଦିରର ସୁରକ୍ଷା ବଢାଇବାକୁ ଦେଲେ ଚେତାବନୀ । ଏନେଇ ଅଯୋଧ୍ୟାର ସାଇବର ଥାନାରେ ଏଫଆଇଆର ରୁଜୁ ହେଇଛି । ଏହାସହ ମନ୍ଦିରର ମଧ୍ୟ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି ।

ମିଳିଥିବା ସୂଚନା ମୁତାବକ, ଅଯୋଧ୍ୟାର ରାମ ଜନ୍ମଭୂମି ନ୍ୟାସ ଏବଂ ଉତ୍ତର ପ୍ରଦେଶର ଅନେକ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏକ ଧମକପୂର୍ଣ୍ଣ ଇମେଲ୍ ମିଳିଛି । ଏହି ମେଲ୍ ସୋମବାର ରାତିରେ ପଠାଯାଇଥିଲା, ଯେଉଁଥିରେ ରାମ ମନ୍ଦିରର ସୁରକ୍ଷା ବୃଦ୍ଧି କରିବାକୁ ଚେତାବନୀ ଦିଆଯାଇଥିଲା । ମେଲ୍ ରେ ଲେଖାଯାଇଥିଲା, ‘ମନ୍ଦିରର ସୁରକ୍ଷା ବୃଦ୍ଧି କର’ । ତେବେ ଏହି ମାମଲାକୁ ଗମ୍ଭୀରତାର ସହ ନେଇ, ରାମ ମନ୍ଦିର ଟ୍ରଷ୍ଟ ଅଯୋଧ୍ୟାର ସାଇବର ପୋଲିସ ଷ୍ଟେସନରେ ଏକ ଏଫଆଇଆର ଦାଖଲ କରିଛି ।

ତେବେ ରାଜ୍ୟର ୧୦-୧୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ଇମେଲ ଜରିଆରେ ଧମକ ମିଳିଛି । ସେମାବାର ରାତିରେ ରାମଜନ୍ମଭୂମି ଟ୍ରଷ୍ଟକୁ ମେଲ ଜରିଆରେ ଧମକ ମିଳିଥିଲା । ଧମକ ମିଳିବା ପରେ ବ୍ୟାପକ ସର୍ଚ୍ଚ ଅପରେସନ କରାଯାଇଥିଲା । ବାରବାଙ୍କୀ, ଫିରୋଜାବାଦ ଏବଂ ଚନ୍ଦୋଲୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବୋମା ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକ ମିଳିଛି । ଜିଲ୍ଲା ଅଧିକାରୀଙ୍କ ସରକାରୀ ଇ-ମେଲ୍ ଆଇଡିକୁ ଏହି ଧମକପୂର୍ଣ୍ଣ ମେସେଜ୍ ଆସିଛି ।  ସୂଚନା ଅନୁସାରେ ତାମିଲନାଡୁରୁ ଏହି ମେଲ୍ ଆସିଥିବା ଜଣାପଡିଛି । ତାମିଲନାଡ଼ୁର ଗୋପାଳ ସ୍ବାମୀ ନାମକ ଜଣେ ବ୍ୟକ୍ତିଙ୍କ ଦ୍ବାରା ଏହି ଇ-ମେଲ୍ ପଠାଯାଇଛି । ଜିଲ୍ଲାପାଳଙ୍କୁ ବୋମା ଧମକ ଆସିବା ପରେ ସମସ୍ତ ସୁରକ୍ଷା ଏଜେନ୍ସିକୁ ସକ୍ରିୟ କରାଯାଇଛି ।

Also Read : ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଶିଶୁ ଚୋରି ହେଲେ ଡାକ୍ତରଖାନା ଲାଇସେନ୍ସ ହେବ ରଦ୍ଦ