ଛାତ୍ରଙ୍କୁ ପିଟିବା-ଡରାଇବା ଅପରାଧ ନୁହେଁ, ଏମିତି କହିଲେ ବମ୍ବେ ହାଇ କୋର୍ଟଙ୍କ ଗୋଆ ବେଞ୍ଚ୍‌

ମହାରାଷ୍ଟ୍ର : ସ୍କୁଲରେ ଅନୁଶାସନ ଜାରି ରଖିବା ପାଇଁ ପିଲାଙ୍କୁ ପିଟିବା,ମାରିବା ବା ଡରାଇବା କିମ୍ବା ଉଚିତ ଦଣ୍ଡ ଦେବା କୌଣସି ଅପରାଧ ନୁହେଁ । କୋର୍ଟ ଏକ ପ୍ରାଥମିକ ସ୍କୁଲର ଶିକ୍ଷକଙ୍କ ଦଣ୍ଡାଦେଶକୁ ଫେରାଇ ନେଇ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଏହି ଶିକ୍ଷକଙ୍କ ଉପରେ ନିଜର ସ୍କୁଲର ଦୁଇ ପିଲାଙ୍କୁ ମାଡ଼ ମାରିବାର ଅଭିଯୋଗ ଥିଲା । ଯେଉଁଥିପାଇଁ ତାଙ୍କୁ ଗୋଟିଏ ଦିନ ଜେଲ ଦଣ୍ଡ ସହ ୧ ଲକ୍ଷ ଟଙ୍କାର ଜରିମାନା ଦିଆଯାଇଥିଲା ।

ଅନୁଶାସନ ଜାରି ରଖିବା ପାଇଁ ଶିକ୍ଷକଙ୍କୁ କଠିନ ହେବାକୁ ପଡିଥାଏ :

ଶିକ୍ଷକ ଭରତ ଦେଶପାଣ୍ଡେଙ୍କ ମାମଲାର ଶୁଣାଣି କରି କୋର୍ଟ କହିଥିଲେ ଯେ ପ୍ରାଥମିକ ବିଦ୍ୟାଳୟରେ ଏପରି ଘଟଣା ହୋଇଥାଏ । ଛାତ୍ର-ଛାତ୍ରୀଙ୍କୁ ଅନୁଶାସନରେ ରଖିବା ପାଇଁ ଓ ଭଲ ଗୁଣ ତାଙ୍କ ଠାରେ ବିକଶିତ କରିବା ପାଇଁ ଜଣେ ଶିକ୍ଷକଙ୍କୁ କଡ଼ା ହେବାକୁ ପଡିଥାଏ । ଜଣେ ଛାତ୍ରକୁ ଏଥିପାଇଁ ସ୍କୁଲକୁ ପଠାଯାଇଥାଏ ଯେ ସେ ପଢ଼ା ସହ ଜୀବନର ଅନ୍ୟ ଗୁଣ ଶିଖିବାକୁ ପଡିଥାଏ । ଏହା ମଧ୍ୟରେ ଅନୁଶାସନ ମଧ୍ୟ ଅଟେ ।

ସ୍କୁଲର ଉଦ୍ଦେଶ୍ୟ କେବଳ ପାଠ ପଢ଼ାଇବା ନୁହେଁ ଛାତ୍ର-ଛାତ୍ରୀଙ୍କର ଚରିତ୍ର ବିକାଶ ମଧ୍ୟ କରିବା । ଫଳରେ ଭବିଷ୍ୟତରେ ସେ ଜଣେ ଭଲ ନାଗରିକ ହୋଇ ପାରିବ । ଏହି ଶିକ୍ଷକଙ୍କ ଉପରେ ୨୦୧୪ ମସିହାରେ ଦୁଇ ଭଉଣୀଙ୍କୁ ପିଟିବାର ଅଭିଯୋଗ ଥିଲା । ଯେଉଁଥିରେ ଜଣେ ୫ ବର୍ଷର ଓ ଅନ୍ୟ ଜଣେ ୮ ବର୍ଷର ଛାତ୍ରୀ ଥିଲେ । ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣେ ଛାତ୍ରୀର ପାଣି ପିଇ ଦେଇଥିଲେ । ଏଥିପାଇଁ ଶିକ୍ଷକ ତାଙ୍କୁ ସ୍କେଲରେ ପିଟିଥିଲେ । ଏପରି ମାମଲାରେ ଶିକ୍ଷକ ଶକ୍ତ ହେବା ଆବଶ୍ୟକ ହୋଇଥାଏ । ତେଣୁ ଶିକ୍ଷକଙ୍କୁ ସମ୍ମାନ କରିବା ଅତ୍ୟନ୍ତ ଜରୁରୀ ବୋଲି କୋର୍ଟ କହିଥିଲେ ।

Leave A Reply

Your email address will not be published.