ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲା: ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ନାବାଳକକୁ ମିଳିଲା ଜାମିନ

ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲାରେ ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଘଟଣାରେ ସଂପୃକ୍ତ ଅଭିଯୁକ୍ତ ନାବାଳକକୁ ସୁଧାର ଗୃହରୁ ଜାମିନ ଦେବା ପାଇଁ ଆଦେଶ ଦେଇଛନ୍ତି ହାଇକୋର୍ଟ । ବମ୍ବେ ହାଇକୋର୍ଟ ଅଭିଯୁକ୍ତକୁ ଜାମିନ ଦେଇଛନ୍ତି । କୋର୍ଟଙ୍କ ଆଦେଶ ଅନୁସାରେ ଅଭିଯୁକ୍ତ ନାବାଳକକୁ ପିଉସୀ ପାଖରେ ରହିବାକୁ ହେବ ।
ପୁଣେ ପୋର୍ସେ କାର ଦୁର୍ଘଟଣା ସମୟରେ ନାବାଳକ ଅଭିଯୁକ୍ତ ନିଶା ଅବସ୍ଥାରେ ଗାଡି ଚଲାଉଥିଲେ । ଏହି ଘଟଣାରେ ୧୯ ମଇରେ ଦୁଇଜଣ ଆଇଟି ଇଂଜିନିୟରଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ମାମଲାରେ ନାବାଳକ ନ୍ୟାୟ ବୋର୍ଡର ସଦସ୍ୟ ଏଲ.ଏନ. ଦାନଓ୍ଵାଡେ ନାବାଳକଙ୍କୁ ସଡକ ସୁରକ୍ଷା ଉପରେ ୩୦୦ ଶବ୍ଦରେ ରଚନା ଲେଖିବା ସହିତ କିଛି ସର୍ତ୍ତ ଅନୁଯାୟୀ ଜାମିନ ଦେବାକୁ କହିଥିଲେ ।
କୋର୍ଟ ନାବାଳକକୁ ପିଉସୀଙ୍କ ହେପାଜତରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ନାବାଳକକୁ ମନୋବୈଜ୍ଞାନିକଙ୍କ ସହିତ ସେସନ ଜାରି ରଖିବାକୁ କୁହାଯାଇଛି । ନାବାଳକକୁ ଅବୈଧ ଭାବେ ସୁଧାର ଗୃହରେ ରଖାଯାଉଛି ବୋଲି ପିଉସୀ ହାଇକୋର୍ଟରେ ଅପିଲ୍ କରିଥିଲେ ।
ସୂଚନାଯୋଗ୍ୟ, ୧୯ ମଇରେ ବିଳମ୍ବିତ ରାତି ୨.୩୦ରେ ବିଲ୍ଡର ବିଶାଲ ଅଗ୍ରଓ୍ୱାଲଙ୍କ ୧୭ ବର୍ଷୀୟ ପୁଅ ଦାମୀ ପୋର୍ସେ କାରରେ ଯାଉଥିଲେ । ଦ୍ବାଦଶରେ ପାସ୍ କରିଥିବାରୁ ଅଭିଯୁକ୍ତ ନିଜ ସାଙ୍ଗମାନଙ୍କ ସହ ପାର୍ଟି ଶେଷ କରି ୩ଜଣ ସାଙ୍ଗଙ୍କ ସହ ଘରକୁ ଫେରୁଥିଲେ । ଏହି ସମୟରେ ସେ ଦ୍ରୁତ ଗତିରେ କାର୍ ଚଳାଇ ଏକ ବାଇକକୁ ଧକ୍କା ଦେଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଯୁବତୀ ଜଣକ କିଛି ଫୁଟ ଉପରକୁ ଉଡିଯିବା ପରେ ଅନ୍ୟ ଏକ କାର୍ ଉପରେ ପଡିଥିଲେ । ସ୍ଥାନୀୟ ଲୋକେ ନାବାଳକ ଡ୍ରାଇଭରଙ୍କୁ ଅଟକ ରଖି ପୋଲିସକୁ ଜିମା ଦେଇଥିଲେ ।
ଦୁର୍ଘଟଣା ସମୟରେ ପୋର୍ସେ କାରର ବେଗ ଘଣ୍ଟାପ୍ରତି ୨୦ ୦କିଲୋମିଟର ଥିବା ବେଳେ ନିୟନ୍ତ୍ରଣ ହରାଇ ଅନୀସଙ୍କ ବାଇକକୁ ଧକ୍କା ଦେଇଥିଲା । ପଛରେ ବସିଥିବା ଅଶ୍ବିନୀ ୨୦ଫୁଟ ଉପରକୁ ଉଠି ତଳେ କଚାଡି ହୋଇ ପଡ଼ିବା ସହ ଅନୀସ କାରରେ ମାଡ଼ ହୋଇ ତଳେ ପଡ଼ିଥିଲେ । ଦୁର୍ଘଟଣା ପରେ ଲୋକେ ସାହାଯ୍ୟ ପାଇଁ ଆସିଥିଲେ ବି ସେତବେଳକୁ ଦୁହିଁଙ୍କର ମୃତ୍ୟୁ ହୋଇସାରିଥିଲା ।