ସାଇବାବା ଭକ୍ତଙ୍କ ପାଇଁ ଖୁସି ଖବର, ଏବେ ମନ୍ଦିରରେ ବାବାଙ୍କୁ ଅର୍ପଣ କରିପାରିବେ ଫୁଲ
ସାଇବାବାଙ୍କୁ ଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଏବେ ଶ୍ରଦ୍ଧାଳୁ ପ୍ରତିଦିନ ଦର୍ଶନ କରିବାକୁ ଯାଉଥିବା ବେଳେ ସାଇବାବାଙ୍କୁ ମାଳ ଏବଂ ଫୁଲ ଅର୍ପଣ କରିପାରିବେ । ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ଏକ ଯାଚିକାର ଶୁଣାଣି କରି ଏହି ଅନୁମତି ଦେଇଛନ୍ତି । କୋର୍ଟ କହିଛନ୍ତି, ଶ୍ରଦ୍ଧାଳୁଙ୍କୁ ଉଚିତ ଦରରେ ଫୁଲ ବିକ୍ରି କରାଯିବ, ଫୁଲ ନାମରେ ଜବରଦସ୍ତି ଟଙ୍କା ଆଦାୟ କରାଯିବ ନାହିଁ । ଆଉ ଏହି ଫୁଲକୁ ସିଧାସଳଖ ଭାବେ ଚାଷୀ ଠାରୁ କିଣାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଖବର ମୁତାବକ, ପ୍ରତ୍ୟେକ ବର୍ଷ ଡିସେମ୍ବର ଶେଷ ବେଳକୁ କୋଟି କୋଟି ଶ୍ରଦ୍ଧାଳୁ ସିରିଡି ଦର୍ଶନ ପାଇଁ ଆସନ୍ତି । ସାଇ ବାବା ଟ୍ରଷ୍ଟର ରେକର୍ଡ ସଂଖ୍ୟା ଅନୁଯାୟୀ, କୋଟି କୋଟି ଟଙ୍କା ଦାନ ଓ ସୁନା ମିଳିଥାଏ । କୋଭିଡ ମହାମାରୀ ଯୋଗୁଁ ସାଇବାବା ସଂସ୍ଥା ଫୁଲ ଅର୍ପଣ କରିବା ପରମ୍ପରା ୩ ବର୍ଷ ପାଇଁ ବନ୍ଦ ରଖିଥିଲା । ଏବେ ଭକ୍ତ ଫୁଲ ଅର୍ପଣ କରିପାରିବେ । କିନ୍ତୁ ଏଥିପାଇଁ ହାଇକୋର୍ଟ କିଛି ସର୍ତ୍ତ ରଖିଛନ୍ତି ।
କୋର୍ଟ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି କି, ଫୁଲ ସିଧାସଳଖ ଭାବେ ଚାଷୀ ଠାରୁ କିଣିବ ସିରିଡି ସାଇବାବା ଟ୍ରଷ୍ଟ । କୌଣସି ଭକ୍ତଠାରୁ ଅଧିକ ଦାମରେ ଟଙ୍କା ରଖାଯିବନି ।
ମନ୍ଦିର ଟ୍ରଷ୍ଟ ଫୁଲ ଅର୍ପଣ କରିବା ଦ୍ବାରା ହୋଇଥିବା ଜମାକୁ ତୁରନ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ମଙ୍ଗେଶ ପାଟିଲ ଏବଂ ଶୈଳଶ ବ୍ରହ୍ମା କହିଛନ୍ତି, ମନ୍ଦିରରେ ସ୍ବଚ୍ଛତା ଏବଂ ପର୍ଯ୍ୟାବରଣ ପରିସ୍କାର ରଖିବା ପାଇଁ ଏହି ପଦକ୍ଷେପ ଜରୁରୀ ।
କୋଭିଡ ଯୋଗୁଁ ମନ୍ଦିରରେ ଫୁଲ ଚଢାଇବା ପରମ୍ପରାରେ ରୋକ ଲାଗିଥିଲା । ଏଥିପାଇଁ ଏକ କମିଟି ଗଠନ କରାଯିବ । ଯେଉଁଥିରେ ଜିଲ୍ଲାପାଳ ଏବଂ ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସାମିଲ ରହିବେ ।
ଏହାସହିତ ଶ୍ରଦ୍ଧାଳୁ ଫୁଲ ଚଢାଇବା ବେଳେ କୌଣସି ପ୍ରକାରର ସମସ୍ୟା ସାମ୍ନା ନ କରନ୍ତୁ, ସେଥିପ୍ରତି ଧ୍ୟାନ ରଖାଯିବ ।
ତେବେ ହାଇକୋର୍ଟଙ୍କ ଏଭଳି ନିଷ୍ପତ୍ତି ପରେ ସାଇବାବ ଭକ୍ତ ଏବଂ ସ୍ଥାନୀୟ ଫୁଲ ବ୍ରିକେତ୍ରାଙ୍କୁ ଆଶ୍ବସ୍ତି ମିଳିଛି ।