ବୃଦ୍ଧ ବାପା ମାଆଙ୍କୁ ଦୁର୍ବ୍ଯବହାର କରୁଛନ୍ତି ? ତେବେ ଜାଣିନିଅନ୍ତୁ ବମ୍ବେ ହାଇକୋର୍ଟର ଏହି ଗୁରୁତ୍ବପୂର୍ଣ୍ଣ ରାୟ

ମୁମ୍ବାଇ : ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ବୃଦ୍ଧ ବାପାମାଆଙ୍କର ପୁଅ ଠିକ୍ ଭାବେ ଯତ୍ନ ନନେଲେ କିମ୍ବା ହଇରାଣ କଲେ, ପୁଅକୁ ବାପାମାଆ ଉପହାର ସ୍ୱରୂପ ଦେଇଥିବା ସଂପତ୍ତି ଫେରାଇ ନେଇ ପାରିବେ। ସେହିପରି ଯଦି ପୁଅ ସମ୍ପତ୍ତିର ସଠିକ୍ ଦେଖାରେଖା କରିପାରୁନଥିବ, ତେବେ ବାପା-ମାଆ ଚାହିଁଲେ ସେହି ସମ୍ପତ୍ତିକୁ ଫେରାଇ ଆଣିପାରିବେ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ଜଷ୍ଟିସ୍ ରଞ୍ଜିତ୍ ମୋରେ ଓ ଜଷ୍ଟିସ୍ ଅନୁ ପ୍ରଭୁଦେଶାଙ୍କ ଖଣ୍ଡପୀଠ, ଟ୍ରିବ୍ୟୁନାଲର ଏକ ଆଦେଶକୁ କାଏମ ରଖି ଏହି ନିର୍ଦ୍ଦେଶ ଦେଇଛନ୍ତି।

ବାପାମାଆଙ୍କ ଦେଖାଶୁଣା ନକରିବାରୁ ମୁମ୍ବାଇ ଅନ୍ଧେରୀ ଅଞ୍ଚଳର ଜଣେ ବୃଦ୍ଧ ତାଙ୍କ ପୁଅକୁ ଦେଇଥିବା ଉପହାରକୁ ଟ୍ରିବ୍ୟୁନାଲ ରଦ୍ଦ କରିଦେଇଥିଲେ । ଫଳରେ ବୃଦ୍ଧବାପା ନିଜ୍ ଫ୍ଲାଟର ୫୦ ପ୍ରତିଶତ ଫେରି ପାଇଥିଲେ। ପୁଅବୋହୂଙ୍କ ଅନୁରୋଧରେ ବୃଦ୍ଧ ପିତା ତାଙ୍କୁ ଫ୍ଲାଟ୍ ଉପହାର ସ୍ୱରୂପ ଦେଇଥିଲା।

ବୃଦ୍ଧ ପିତା ଓ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଦେଖାଶୁଣା କରିବା ପାଇଁ କୁହାଯାଇଥିଲା। ହେଲେ ପୁଅବୋହୂ ବୃଦ୍ଧପିତାଙ୍କ ଦେଖାରେଖା କରିବା ପାଇଁ ରାଜି ଥିଲେ, କିନ୍ତୁ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଦେଖାରେଖା କରିବା ପାଇଁ ରାଜି ହୋଇ ନଥିଲେ। ଏନେଇ ବୃଦ୍ଧ ବାପା ଟ୍ରିବ୍ୟୁନାଲର ଆଶ୍ରୟ ନେଇଥିଲେ। ବୃଦ୍ଧ ବାପାଙ୍କୁ ଫ୍ଲାଟ୍ ଫେରାଇବାକୁ ଆଦେଶ ଦିଆଯାଇଥିଲା। ବମ୍ବେ ହାଇକୋର୍ଟ ଆଜି ଟ୍ରିବ୍ୟୁନାଲଙ୍କ ରାୟକୁ କାଏମ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.