ଏଣିକି ଘରୁ ବାହାରିବା ପୂର୍ବରୁ ବୁକିଂ କରିପାରିବେ ପାର୍କିଙ୍ଗ, ଜାଣନ୍ତୁ କେମିତି

ବାହାରକୁ ବୁଲାବୁଲି କରିବାକୁ ଗଲେ ଗାଡି କେଉଁଠି ପାର୍କ କରିବେ ଏହାକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ ହୁଅନ୍ତି | କେଉଁଟି ଦଲାଲ ମାନଙ୍କ ପ୍ରାଦୁର୍ଭାବ ତ କେଉଁଠି ଟ୍ରାଫିକ ପୋଲିସ ଚିନ୍ତା । ଏମିତି ହେଉ ହେଉ ପ୍ରାୟ ଅଧା ସମୟ ପାର୍କିଙ୍ଗ କରିବାରେ ହିଁ ବିତିଯାଇଥାଏ | ଏହି ଚିନ୍ତା ଲୋକଙ୍କ ବୁଲିବା ମଜାକୁ ଏକପ୍ରକାର ଫିକା କରିଦେଇଥାଏ । ଲୋକଙ୍କ ଏହି ଚିନ୍ତାକୁ ଦୃଷ୍ଟିରେ ରଖି ଚେନ୍ନାଇ ମହା ନଗର ନିଗମ କତୃପକ୍ଷ ଏକ ନୂଆ ଆପ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏହାର ନାମ ‘ଜିସିସି ଷ୍ଟ୍ରିଟ ସ୍ମାର୍ଟ ପାର୍କିଙ୍ଗ ମେନେଜମେଣ୍ଟ” ବୋଲି ରଖାଯାଇଛି | ଯାହା ସାହାଯ୍ୟରେ ସହରର ଖାଲି ସ୍ଥାନ ମାନଙ୍କରେ ଆଗୁଆ ପାର୍କିଙ୍ଗ ପାଇଁ ବୁକିଂ କରାଯାଇ ପାରିବ । ଜିସିସି ଦୁଇ ଏଜେନ୍ସିଙ୍କ ସାହାଯ୍ୟରେ ଏହି ଆପ ଟିକୁ ପ୍ରସ୍ତୁତ କରିଛନ୍ତି ।

parking

ଏହାର ପ୍ରଥମ ଅବସ୍ଥାରେ ୭୬୬୭ ପାର୍କିଙ୍ଗ ସ୍ଲଟ ଗୁଡିକ ବିଷୟରେ ତଥ୍ୟ ଦିଆଯାଇଛି । ଏବେ ସହରର କେତେକ ସ୍ଥାନରେ ଏହି ବ୍ୟବସ୍ଥାକୁ ଲାଗୁ କରାଯାଇଥିବା ବେଳେ ଆଉ ତିନି ମାସ ଭିତରେ ନୂଆ ନୂଆ କ୍ଷେତ୍ର ମାନଙ୍କୁ ଯୋଡ଼ା ଯାଇ ୨୩ ହଜାରଟି ସ୍ଲଟରେ ଏହା ମାଧ୍ୟମରେ ବୁକ କରାଯାଇପାରିବ ବୋଲି ଜଣାଯାଇଛି । ଖାଲି ଥିବା ସ୍ଥାନର ସୂଚନା ଦେବା ପାଇଁ ୫୦୦ଟି କ୍ୟାମେରା ଲଗାଯାଇଛି । ଯାହାର ସଂଖ୍ୟା ଆଗକୁ ବୃଦ୍ଧି କରାଯାଇ ୭୦୦ କରାଯିବ । ଆପ ଏଜେନ୍ସିର ନିର୍ଦେଶକ ତାମିଲ ଆର୍ଷଣଙ୍କ ଅନୁଯାୟୀ କ୍ୟାମେରା ଦ୍ୱାରା ଲାଇଭ ଅପଡେଟ ହାସଲ କରାଯାଇପାରିବ । କମ୍ପାନୀର ୫୮ କର୍ମଚାରୀ ଏନେଇ ପାର୍କିଙ୍ଗ ଶୁଳ୍କ ଆଦାୟ କରିବେ ବୋଲି ଜଣା ଯାଇଛି । କିନ୍ତୁ କୌଣସି ସ୍ଥାନରେ ୮ ଘଣ୍ଟାରୁ ଅଧିକ ସମୟ ଗାଡି ଠିଆ କଲେ ଜୋରିମାନା ଆଦାୟ କରାଯିବ ।

ଚେନ୍ନାଇ ସ୍ମାର୍ଟ ସିଟି ଲିମିଟେଡ଼ର ଚେୟାରମ୍ୟାନଙ୍କ ଅନୁଯାୟୀ ପାଦରେ ଯା ଆସ କରୁଥିବା ନାଗରିକ ମାନଙ୍କୁ ମଧ୍ୟ ଏହା ଦ୍ୱାରା ଫାଇଦା ମିଳିପାରିବ । ସାଧାରଣତଃ ଏଣେତେଣେ ପର୍କିଙ୍ଗ କରିବା ଦ୍ୱାରା ଟ୍ରାଫିକ ସମସ୍ୟା ଦେଖାଦେଇଥାଏ । ଯାହା ଅନ୍ୟ ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଥାଏ । କିନ୍ତୁ କତୃପକ୍ଷଙ୍କ ଏହି ନୂତନ ପଦକ୍ଷେପ ଦ୍ୱାରା ଏଭଳି ସମସ୍ୟା ମାନ ଆଗକୁ କମିଯାଇପାରେ ବୋଲି ଆଶା କରାଯାଉଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.