ଆଜି କ୍ୟାବିନେଟ୍‌ ସଚିବ ଓମିକ୍ରନ ଷ୍ଟ୍ରେନ୍‌, ଟିକାକରଣ ଓ ବର୍ତ୍ତମାନ କରୋନା ସ୍ଥିତିର କରିବେ ସମୀକ୍ଷା

ଭୁବନେଶ୍ବର(କେନ୍ଯୁଜ୍): ଆଜି ଅପରାହ୍ନ ୨ଟା ୩୦ ମିନିଟରେ କ୍ୟାବିନେଟ୍‌ ସଚିବ ଓମିକ୍ରନ ଷ୍ଟ୍ରେନ୍‌, ଟିକାକରଣ ଓ ବର୍ତ୍ତମାନ କରୋନା ସ୍ଥିତିର ସମୀକ୍ଷା କରିବେ । ଏଥିରେ DBT ସଚିବ, ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ, ସ୍ୱାସ୍ଥ୍ୟ ସଚିବ ଓ ଫର୍ମା ସଚିବ ପ୍ରମୁଖ ଅଂଶଗ୍ରହଣ କରିବେ । ଏବେ ଚିନ୍ତା ବଢ଼ିଇଛି ଓମିକ୍ରନ ଜନିତ ସଂକ୍ରମଣ । ଏଭଳି ସ୍ଥିତିରେ ବୁଷ୍ଟର ଡୋଜ୍‌ ନେଇ ଚର୍ଚ୍ଚା ହେଉଛି ।

ଆଗକୁ ସରକାର କି ପଦକ୍ଷେପ ନେବେ ତାଉପରେ ନଜର ରହିଛି । ଏପଟେ କରୋନା ଟିକାର ଦ୍ୱିତୀୟ ଡୋଜ୍‌ ନେବାର ୯ ମାସ ପରେ ବୁଷ୍ଟର ଡୋଜ୍‌ ଦିଆଯାଇ ପାରିବ ବୋଲି ସଂସଦୀୟ ପ୍ୟାନେଲକୁ ଜଣାଇଛି ଆଇସିଏମଆର୍‌ । ଏ ନେଇ ସୂଚନା ଦେଇଛନ୍ତି ଆଇସିଏମଆର୍‌ ମୁଖ୍ୟ ବଳରାମ ଭାର୍ଗବ । ବୁଷ୍ଟର ଡୋଜ୍‌ କୋଭିଡ୍‌ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଅଧିକ ସହାୟକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.