ସାବରମତି ଆଶ୍ରମରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ, ଚରଖା ଚଳେଇଲେ, ସୂତା ବି କାଟିଲେ

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ସେ ସବରାମତି ଆଶ୍ରମରେ ପହଂଚି ମହାତ୍ମାଗାନ୍ଧୀଙ୍କ ଫଟୋ ଉପରେ ମାଲ୍ୟାର୍ପଣ କରିଛନ୍ତି । ଏହା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଚରଖାରେ ସୁତା ବି କାଟିଛନ୍ତି । ଏହି ସମୟରେ ତାଙ୍କ ସହ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ବି ଉପସ୍ଥିତ ଥିଲେ । ୟୁକେ ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କୁ ସବରାମତି ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କ ଶିଷ୍ୟା ହୋଇଥିବା ମେଡେଲିନ ସଲେଡ଼ ଓରଫ ମୀରାବେନଙ୍କ ଆତ୍ମହତ୍ୟା “ଦ ସ୍ପିରିଟ ପୀଲଗ୍ରିମେଜ”” ଓ “ଗାଇଡ଼ ଟୁ ଲଣ୍ଡନ” ପୁସ୍ତକ ଉପହାର ଆକାରରେ ଦେଇଛନ୍ତି । କହିରଖିବା ଉଚିତ ହେବକି ମେଡେଲିନ ସଲେଡ଼ ବ୍ରିଟିଶ ରିୟର ଆଡମିରାଲ ସାର ଏଡ଼ମଣ୍ଡ ଶଲେଡଙ୍କ ଝିଅ । ଆଜି ପ୍ରଧାନମନ୍ତ୍ରୀଙ୍କର ଅହମ୍ମଦାବାଦରେ ନିବେଶକ ମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହେବ । ଏହା ପରେ ଏପ୍ରିଲ ୨୨ ତାରିଖ ଅର୍ଥାତ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ବୈଠକ ବସିବା ନେଇ ସ୍ଥିର ହୋଇଛି ।

borish
image credit: patrika.com

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ସବରାମତି ଆଶ୍ରମର ଡାଏରୀରେ ଲେଖିଛନ୍ତିକି ଅସାଧାରଣ ବ୍ୟକ୍ତିଙ୍କ ଆଶ୍ରମକୁ ଆସିବା, ସେସବୁ ଜିନିଷକୁ ଦେଖିବା, ସେ ବିଷୟରେ ଜାଣିବା ଅତ୍ୟନ୍ତ ସୌଭାଗ୍ୟର କଥା । ସମାଜରେ ପରିବର୍ତ୍ତନ ଆଣିବା ପାଇଁ ସେ କେମିତି ସତ୍ୟ ତଥା ଅହିଂସାର ସରଳ ସିଦ୍ଧାନ୍ତ ଗୁଡିକୁ ହିଁ ନିଜ ରାସ୍ତାରେ ସାମିଲ କରିଥିଲେ | ଗୁରୁବାର ବ୍ରିଟେନ ଉଚ୍ଚ ଆୟୋଗ କହିଛନ୍ତିକି, ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଦ୍ୱିପାକ୍ଷିକ ବ୍ୟାପାର ତଥା ନିବେଶ ସମ୍ବନ୍ଧ ଗୁଡିକରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ । ୟୁକେର ବ୍ୟବସାୟ ଗୁଡିକରେ ମଧ୍ୟ ଉନ୍ନତି ଆଣିବା ସହିତ ଦେଶରେ ଚାକିରୀ ସଂଖ୍ୟା ବି ବଢାଇବ ।

ଏକ ସମାଚାର ଏଜେନ୍ସି ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁସାରେ ବ୍ୟବସାୟ, ସଫଟୱେୟାର ତଥା ଇଂଜିନିୟରିଙ୍ଗ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ କ୍ଷେତ୍ର ଗୁଡିକରେ ଅଧିକ ନିବେଶ ନେଇ ଆଶା ବି ବଢିବ । ମୋଦି ଜନସନଙ୍କ ସହିତ ଶୁକ୍ରବାର ନୂଆଦିଲ୍ଲୀ ଠାରେ ସାକ୍ଷାତ ବି କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.