ନାଚ, ଗୀତରେ ଆଗ୍ରହୀ ପିଲାଙ୍କ ପାଇଁ ସ୍କଲାରସିପ୍‌ ଘୋଷଣା; ମିଳିବ ୪ ଲକ୍ଷ ଟଙ୍କା

ନାଚ, ଗୀତ ଆଦି କଳା ସାଂସ୍କୃତିକ ବିଷୟ ପ୍ରତି ଇଚ୍ଛୁକ ପିଲାଙ୍କ ପାଇଁ ସୁଯୋଗ ନେଇ ଆସିଛି ଜି ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (Zee Entertainment Enterprises Limited)। ଜି ପକ୍ଷରୁ ଆରମ୍ଭ ହୋଇଛି ‘ବର୍ଣ୍ଣ ଟୁ ସାଇନ୍‌ ସ୍କଲାରସିପ୍‌ ୨୦୨୨’ (Born To Shine Scholarship 2022)। ଏହି ସ୍କଲାରସିପ୍‌ କେବଳ ସେହି ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ କଳାତ୍ମକ ବିଷୟରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି। ଏହି ସ୍କଲାରସିପ୍‌ରେ ସେମାନଙ୍କୁ ନିଜ ଦକ୍ଷତା ପ୍ରମାଣିତ କରିବାକୁ ସୁଯୋଗ ସହ ପ୍ଲାଟଫର୍ମ, ଟ୍ରେନିଂ ଓ ମେଣ୍ଟର ମଧ୍ୟ ମିଳିବେ। ଫଳରେ ସେମାନେ ନିଜ ଦକ୍ଷତାକୁ ବିଶ୍ୱସ୍ତରରେ ଲୋକଙ୍କ ସାମ୍ନାକୁ ଆଣିପାରିବେ।

ଏହି ସ୍କଲାରସିପ୍‌ ପାଇଁ ୧୫ ବର୍ଷ କିମ୍ବା ତା’ଠାରୁ କମ୍‌ ବୟସର ଝିଅମାନେ ଆବେଦନ କରିପାରିବେ। ଆବେଦନ କରୁଥିବା ଝିଅମାନେ ଯେକୌଣସି ଭାରତୀୟ ଆର୍ଟ ଫର୍ମରେ ଦକ୍ଷ ହୋଇଥିବା ଆବଶ୍ୟକ। ଏହି ସ୍କଲାରସିପ୍‌ରେ ପିଲାଙ୍କୁ ୩ ବର୍ଷ ମଧ୍ୟରେ ୪ ଲକ୍ଷ ଟଙ୍କାର ସ୍କଲାରସିପ୍‌ ରାଶି ପ୍ରଦାନ କରାଯିବ। ପିଲାମାନେ ଏହି ସ୍କଲାରସିପ୍‌ ପାଇଁ ୨୫ ଜୁନ୍‌ ୨୦୨୨ ଯାଏଁ ଆବେଦନ କରିପାରିବେ। ଜୁନ୍‌ ୨୫ ପୂର୍ବରୁ ପିଲାମାନେ ଏଥିପାଇଁ ଆବେଦନ କରିପାରିବେ। ଏଥିପାଇଁ ଇମେଲ୍‌ ମାଧ୍ୟମରେ ପ୍ରାର୍ଥୀ ଆବେଦନ କରାଯାଉଛି।

Scholarship

ସ୍କଲାରସିପ୍‌ ଦେଉଥିବା ସଂସ୍ଥାର ନାଁ:

ଜି ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (Zee Entertainment Enterprises Limited)

ସ୍କଲାରସିପ୍‌ର ନାଁ:

‘ବର୍ଣ୍ଣ ଟୁ ସାଇନ୍‌ ସ୍କଲାରସିପ୍‌ ୨୦୨୨’ (Born To Shine Scholarship 2022)

ଯୋଗ୍ୟତା:

  • କେବଳ ଝିଅମାନେ ଆବେଦନ କରିପାରିବେ।
  • ଆବେଦନକାରୀଙ୍କ ବୟସ ୧୫ ବର୍ଷରୁ କମ୍‌ ହୋଇଥିବା ଦରକାର।
  • ଆବେଦନକାରୀଙ୍କର କଳାରେ ଆଗ୍ରହ ଥିବା ଆବଶ୍ୟକ।

ଜରୁରୀ ତାରିଖ:

ଆବେଦନ ଆରମ୍ଭ- ୧୦ ମେ ୨୦୨୨

ଆବେଦନ ଶେଷ- ୨୫ ଜୁନ୍‌ ୨୦୨୨

ସ୍କଲାରସିପ୍‌ ଘୋଷଣା- ଅକ୍ଟୋବର ୨୦୨୨

ଏମିତି କରନ୍ତୁ ଆବେଦନ:

୧ . ପ୍ରଥମେ https://borntoshine.in/ ରେ ଲଗ୍‌ ଇନ୍‌ କରି ରେଜିଷ୍ଟ୍ରେସନ୍‌ କରାଇ ନିଅନ୍ତୁ।

୨ . ଅନ୍‌ଲାଇନ୍‌ରେ ଅଡିସନ୍‌ ହେବ।

୩ . ଜ୍ୟୁରୀଙ୍କ ସାମ୍ନାରେ ପରଫର୍ମାନ୍ସ ଦେବା ପରେ ହିଁ ସ୍କଲାରସିପ୍‌ ମିଳିବ।

ଅଧିକ ସୂଚନା ପାଇଁ ଅଫିସିଆଲ ୱେବ୍‌ସାଇଟ୍‌ https://borntoshine.in/apply/କୁ ଯାଇ ଚେକ୍‌ କରନ୍ତୁ।

Also Read: କେବଳ ଲିଚୁ ନୁହେଁ, ଏହାର ପତ୍ରରେ ବି ଭରି ରହିଛି ଅନେକ ଔଷଧୀୟ ଗୁଣ; କ୍ୟାନ୍‌ସରରୁ ଦିଏ ମୁକ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.