ସଜା ହୋଇଥିଲା ବେଦି ବାହା ହେଉଥିଲେ ପ୍ରେମିକ, ଗେଟକୁ ବାଡେଇ ବାଡେଇ ମୁଣ୍ଡ ପିଟିଲେ ପ୍ରେମିକା

ଘରର ଗେଟ୍ ବହାରେ ନିଜ ପ୍ରେମ ପାଇଁ ଏମିତି ଭିକ୍ଷା ମାଗୁଛନ୍ତି ଜଣେ ପ୍ରେମିକା । ଅନେକ ବର୍ଷ ଧରି ମନ ଦିଆ ନିଆ ଚାଲିଥିଲା, କେତେ ସ୍ବପ୍ନ କେତେ ଆଶା କେତେ ଶପଥ ବି କରିଥଲେ ମିଶିକି। ଜୀବନ ଥିବା ଯାଏଁ ତୁ ମୋର ମୁଁ ତୋର ଏମିତି କେତେ କଣ। ହେଲେ ସହର ବଦଳିବା ପରେ ବଦଳି ଗଲା ପ୍ରେମ। ପ୍ରେମିକ ବିବାହ କରୁଛି ଆଉ କାହାକୁ ।

ହୋସଂଗା ବାଦ୍ ସହରର ଏକ ସ୍ଥାନରେ ପ୍ରେମିକର ବିବାହ ଉତ୍ସବରେ ପହଞ୍ଚି ଗଲା ପ୍ରେମିକା ଆଉ ଚାଲିଲା ହାଇ ଭୋଲ୍ଟେଜ୍ ଡ୍ରାମା। ଯୁବତୀ ବାରମ୍ୱାର ବାବୁ ସୋନା କହି କହି ଏପଟ ସେପଟ ହୋଇ ନିଜ ପ୍ରେମିକ ବରକୁ ଡାକ ପକାଉଥିଲା । ଗେଟ୍ କୁ ବାରମ୍ବାର ହଲାଇ ଚାଲିଥିଲା । ହେଲେ ଯୁବତୀଙ୍କ କଣ୍ଠ ସ୍ୱର ପହଞ୍ଚୁନଥିଲା ପ୍ରେମିକ କାନରେ।

ଏଭଳି ଘଟଣା ବିଷୟରେ ସୂଚନା ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଗଲେ । ଯୁବତୀଙ୍କୁ ଗାଡ଼ିରେ ବସାଇ ଘଟଣା ବିଷୟରେ ଜାଣିବାକୁ ଚାହିଁଲେ। ଯୁବତୀ କହିଲେ ସେ ଏବଂ ତାଙ୍କ ପ୍ରେମିକ ତିନି ବର୍ଷ ହେଲା ଏକାଠି ପତି ପତ୍ନୀ ଭଳି ରହୁଥିଲେ,ଏବେ କିଛି ନକହି ପ୍ରେମିକ ଗାଁ କୁ ଆସି ବିବାହ କରୁଛି।

ପୋଲିସ କହିଲେ ଅଭିଯୋଗ କରିବାକୁ ଚାହୁଁଥିଲେ ଥାନାକୁ ଆସି ଅଭିଯୋଗ କରିପାରିବ , ହେଲେ ଯୁବତୀ ମନା କଲେ କୌଣସି ଅଭିଯୋଗ ଦେବାକୁ । ଏହା ପରେ ଯୁବତୀ ପରିଚିତ ଜଣେ ବ୍ୟକ୍ତିଙ୍କ ସହ ବାଇକରେ ବସି ଫେରିଗଲେ । ଦୁଇ ଜଣ ଭୋପାଳରେ ଏକ କମ୍ପାନୀରେ କାମ କରୁଥିଲେ। ସେଠୁ ଆରମ୍ଭ ହୋଇଥଲା ପ୍ରେମ । ଦୁନିଆଁଟା ସତରେ ବଡ ସ୍ୱାର୍ଥପର ହୋଇ ଚାଲିଛି । ମିଛ ପ୍ରତିଶ୍ରୁତି ସବୁଠି ମିଳୁଛି ।

You might also like