ଟଙ୍କା ପାଇଁ ପ୍ରଥମେ କୋଟିପତିର ଝିଅକୁ ଫସାଇଲା, ପରେ ସମ୍ବନ୍ଧ ବେଳେ ଜୀବନ ନେଲା ବୟଫ୍ରେଣ୍ଡ

ଟଙ୍କା କେଇଟା ପାଇଁ ଗାର୍ଲଫ୍ରେଣ୍ଡକୁ ହତ୍ୟା କଲା ପ୍ରେମିକ। ଦୀର୍ଘ ଦିନ ଧରି କରଜରେ ବୁଡ଼ି ରହିଥିବା ବୟଫ୍ରେଣ୍ଡ ପଇସା ପାଇଁ ନିଜ କୋଟିପତି ଗାର୍ଲଫ୍ରେଣ୍ଡର ଜୀବନ ନେଇଯାଇଛି। ଏଭଳି ସାଂଘାତିକ ମାମଲା ସାମ୍ନାକୁ ଆସିଛି ସ୍ୱିଜରଲ୍ୟାଣ୍ଡରୁ। ଏଠାରେ ଜଣେ ଯୁବକଙ୍କ ବିରୋଧରେ ଗାର୍ଲଫ୍ରେଣ୍ଡକୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି।

ରିପୋର୍ଟ ମୁତାବକ, ସ୍ୱିଜରଲ୍ୟାଣ୍ଡର ଏକ ହୋଟେଲରୁ ବ୍ରିଟିଶ ଯୁବତୀ ଏନା ରିଡ୍‌(୨୨)ଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ହୋଟେଲରେ ସେ ନିଜ ଜର୍ମାନ ବୟଫ୍ରେଣ୍ଡ ମାର୍ଗ ଶେଜଲଙ୍କ ସହ ରହିଥିଲେ। ଶେଜଲ ଜଣେ ବାଉନ୍ସର ଭାବେ କ୍ଲବରେ କାମ କରନ୍ତି। ଅଭିଯୋଗ ହୋଇଛି ଯେ ଡାକ୍ତରଙ୍କୁ ଫୋନ୍‌ କରିବା ପୂର୍ବରୁ ସେ ଏନାଙ୍କୁ ହତ୍ୟା କରିଥିଲେ। କିନ୍ତୁ କୋର୍ଟରେ ଶୁଣାଣି ବେଳେ ଶେଜଲ କହିଥିଲେ ଯେ ଏନାଙ୍କ ମୃତ୍ୟୁ ‘ସେକ୍ସ ଗେମ୍‌’(ଯୌନ ସମ୍ବନ୍ଧ)ବେଳେ ହୋଇଥିଲା।

କିନ୍ତୁ ପୋଷ୍ଟମର୍ଟମ୍‌ ରିପୋର୍ଟରେ ଜଣାପଡ଼ିଛି ଯେ ଏନାଙ୍କ ମୃତ୍ୟୁ ତଣ୍ଟି ଚିପିବା ଯୋଗୁ ହୋଇଛି। ତାଙ୍କ ଶରୀରରେ କେତେକ କ୍ଷତ ଚିହ୍ନ ମଧ୍ୟ ରହିଛି। ଏଥିସହ ତାଙ୍କର ହାଡ଼ ମଧ୍ୟ ଭାଙ୍ଗି ଯାଇଛି। ଶାରୀରିକ ସମ୍ପର୍କ ରଖିବା ବେଳେ ଶେଜଲ ଏନାଙ୍କ ତଣ୍ଟି ଚିପି ହତ୍ୟା କରିଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ଶେଜଲଙ୍କ ଉପରେ ୪୦ ଲକ୍ଷରୁ ଅଧିକ ଟଙ୍କାର ଋଣ ଭାର ଥିଲା। ସେ ଯେତେବେଳେ ଜାଣିଲେ ଯେ ଏନାଙ୍କ ପାଖରେ ୨୫ ଲକ୍ଷ ଟଙ୍କା ଟଙ୍କା ଅଛି ସେ ତାଙ୍କ ଠାରୁ ଟଙ୍କା ଆଣିବା ଆରମ୍ଭ କରିଥିଲେ। କିନ୍ତୁ ଏନା ତାଙ୍କୁ ଲକ୍ଷ ଲକ୍ଷ ଟଙ୍କାର ହିସାବ ମାଗିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରାଗରେ ଶେଜଲ ଏନାଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। କିନ୍ତୁ ଶାରୀରିକ ସମ୍ପର୍କ ବେଳେ ତାଙ୍କ ମୃତ୍ୟୁ ହୋଇଥିବା କହୁଥିବା ଜଣାଯାଇଛି।