ରକେଟ୍‌ ପରି ଉଡ଼ିଲା ଲିଫ୍ଟ ; ୨୫ ମହଲାର ଛାତ ଭାଙ୍ଗି ପହଞ୍ଚିଲା ଉପରେ, ୩ ଆହତ

ନୋଏଡା ହାଉସିଂ କମ୍ପ୍ଲେକ୍ସରେ ଏକ ଭୟଙ୍କର ଦୁର୍ଘଟଣା । ଲିଫ୍ଟର ବ୍ରେକ୍ ଫେଲ୍‌ ହୋଇ ଉପର ମହଲାର ଛାତ ଭାଙ୍ଗି ଉପରକୁ ଚାଲିଯାଇଥିଲା ଲିଫ୍ଟ। ଯାହାଫଳରେ ସେକ୍ଟର ୧୩୭ ର ପାରାସ୍ ଟାୟରା ସୋସାଇଟିରେ ଲିଫ୍ଟର ତିନିଜଣ ଅଧିବାସୀ ଆହତ ହୋଇଛନ୍ତି ।

ନୋଏଡା ହାଉସିଂ କମ୍ପ୍ଲେକ୍ସରେ ଏକ ଭୟଙ୍କର ଦୁର୍ଘଟଣା । ଲିଫ୍ଟର ବ୍ରେକ୍ ଫେଲ୍‌ ହୋଇ ଉପର ମହଲାର ଛାତ ଭାଙ୍ଗି ଉପରକୁ ଚାଲିଯାଇଥିଲା ଲିଫ୍ଟ। ଯାହାଫଳରେ ସେକ୍ଟର ୧୩୭ ର ପାରାସ୍ ଟାୟରା ସୋସାଇଟିରେ ଲିଫ୍ଟର ତିନିଜଣ ଅଧିବାସୀ ଆହତ ହୋଇଛନ୍ତି।

ପୂୂର୍ବରୁ ହାଉସିଂ କମ୍ପ୍ଲେକ୍ସରେ ଲିଫ୍ଟ ଦୁର୍ଘଟଣାରେ ଜଣେ ବୃଦ୍ଧ ମହିଳାଙ୍କ ମୃତ୍ୟୁ ଘଟିବାର କିଛି ମାସ ପରେ ଏହି ଘଟଣା ଏହାର ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ବିଗତ ବର୍ଷରେ ନୋଏଡା ଠାରେ ବାରମ୍ବାର ଲିଫ୍ଟ ତ୍ରୁଟି ଦେଖାଦେଇଛି । ଏହି ଉତ୍ତରପ୍ରଦେଶ ସରକାର ମଧ୍ୟ ଲିଫ୍ଟର ସଠିକ୍ ରକ୍ଷଣାବେକ୍ଷଣ ପାଇଁ ଏକ ଆଇନ ପ୍ରଣୟନ କରିଛନ୍ତି । ହେଲେ ବାରମ୍ବାର ଏହି ଘଟଣା ପୁନର୍ବାର ଘଟୁଛି ।

ତେବେ ଘଟଣାଟି ହେଉଛି ଯେତେବେଳେ ଟାୱାର ୫ର ଚତୁର୍ଥ ମହଲାରେ ଲିପ୍ଟ ଥିଲା । ଏହି ଅଧିବାସୀମାନେ ବାହାରକୁ ଯାଉଥିଲେ ହେଲେ ସେହି ସମୟରେ ଲିଫ୍ଟରେ ତ୍ରୁଟି ଦେଖାଦେଇଥିଲା । ହଠାତ୍ ବ୍ରେକ୍ ଫେଲ୍‌ ହୋଇଗଲା । ଲିପ୍ଟ ଟି ସିଧା ଉପରକୁ ଚାଲିଲା । ୨୫ ମହଲାରେ ଛାତ ଭାଙ୍ଗି ଉପରେ ପହଞ୍ଚିଲା । ଲିଫ୍ଟରେ ଉପସ୍ଥିତ ଥିବା ଦୁଇଜଣ ମହିଳାଙ୍କ ସମେତ ତିନି ଜଣ ଆହତ ହୋଇଛନ୍ତି ବୋଲି ସେଠାକାର ବାସିନ୍ଦା କହିଛନ୍ତି । ବର୍ତ୍ତମାନ ଟାୱାରରେ ଥିବା ଦୁଇଟି ଲିଫ୍ଟ ବନ୍ଦ ହୋଇଯାଇଛି ଏବଂ ବାସିନ୍ଦାଙ୍କୁ ସିଡ଼ି ବ୍ୟବହାର କରିବାକୁ କୁହାଯାଇଛି ।

ତେବେ ବୈଷିୟିକ ତ୍ରୁଟି ହେତୁ ଏହି ଘଟଣା ଘଟିଛି ଏବଂ ଏହାର ଯାଞ୍ଚ କରାଯାଉଛି ବୋଲି ପୋଲିସ କହିଛି। ନିୟମିତ ରକ୍ଷଣାବେକ୍ଷଣ ଅଭାବରୁ ଲିଫ୍ଟ ତ୍ରୁଟି ଦେଖାଦେଇଥିବା ବାସିନ୍ଦା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସମସ୍ତଙ୍କୁ ନିରାପଦରେ ନିଆଯାଇଛି ଏବଂ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନେ ଆଶ୍ୱାସନା ଦେଇଛନ୍ତି ।
“ସ୍ଥାପତ୍ୟ ଏବଂ ନିର୍ମାଣକାରୀଙ୍କ ଠାରୁ ଏହି ଘଟଣାର ତଦନ୍ତ ପାଇଁ ଆମେ ଦାବି କରିବୁ । ବାସିନ୍ଦାଙ୍କ ସୁରକ୍ଷା ଆମର ପ୍ରଥମ ପ୍ରାଥମିକତା । ଭବିଷ୍ୟତରେ ଏପରି ଘଟଣା ଯେପରି ନହୁଏ ସେଥିପାଇଁ ଆମେ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ ବୋଲି ପାରାସ ” ଟାୟାର୍ ସୋସାଇଟିର ଆପାର୍ଟମେଣ୍ଟ ମାଲିକ କହିଛନ୍ତି ।

You might also like