ଡେଲିଭରି ବେଳେ ଗର୍ଭବତୀଙ୍କୁ ଦୁଷ୍କର୍ମ କଲେ ଡାକ୍ତର, ସିକ୍ରେଟ୍‌ କ୍ୟାମେରାରେ କଏଦ ହେଲା ପୂରା ଦୃଶ୍ୟ

ଗର୍ଭବତୀଙ୍କୁ ଦୁଷ୍କର୍ମ କଲେ ଡାକ୍ତର। ଡେଲିଭରି ବେଳେ ଜୀବନ ବଞ୍ଚାଇବେ କ’ଣ ବରଂ ନିଜ କାମନାକୁ ଚରିତାର୍ଥ କରିଥିଲେ ଦ୍ୱିତୀୟ ଭଗବାନ। ବ୍ରାଜିଲରେ ସାମ୍ନାକୁ ଆସିଛି ଏଭଳି ନୃଶଂସ ଘଟଣା। ଆଉ ଅଭିଯୁକ୍ତ ଜଣକ ହେଉଛନ୍ତି ଜଣେ ଆନାସ୍ଥେଟିଷ୍ଟ। ସି-ସେକ୍ସନ୍‌ ଅପରେସନ୍‌ ବେଳେ ଡାକ୍ତର ଜଣକ ଏଭଳି କାଣ୍ଡ କରିଛନ୍ତି। ପୂରା ଘଟଣା ସିକ୍ରେଟ୍‌ କ୍ୟାମେରାରେ କଏଦ ହୋଇଛି। ଅଭିଯୁକ୍ତ ଡାକ୍ତର ଏଭଳି ଭାବେ ୫ ଥର ଦୁଷ୍କର୍ମ କରିଥିବା ନେଇ ଆଶଙ୍କା କରାଯାଉଛି। ଅଭିଯୁକ୍ତ ୩୨ ବର୍ଷୀୟ ଡାକ୍ତର ଜିୟୋବାନୀ କ୍ୱିଣ୍ଟେଲା ବେଜରାଙ୍କୁ ରିଓ ଡି ଜେନେରିଓରୁ ଗିରଫ କରିଛି ପୋଲିସ।

ରିପୋର୍ଟ ମୁତାବକ, ଗିରଫ ହେବା ପରେ ବେଜରାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହି ଘଟଣା ରିଓ ଡି ଜେନେରିଓର ହସ୍ପିଟାଲ ଦା ମୁହ୍ଲାରର। ଏଠାରେ ଡେଲିଭରି ପାଇଁ ଆସିଥିବା ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତର ପ୍ରଥମେ ବେହୋସ କରି ଦେଇଥିଲେ ଓ ତା’ ପରେ ତାଙ୍କର ଓରାଲ ରେପ୍‌ କରାଯାଇଥିଲା। ଆଶଙ୍କା କରାଯାଉଛି ଯେ ସେ ପୂର୍ବରୁ ବି ଏଭଳି କାରନାମା ଅନେକ ଥର କରିଛନ୍ତି।

ବେଜରା କିଛି ମାସ ତଳେ ହିଁ ଆନାସ୍ଥେସିଆର କୋର୍ସ କରିଥିଲେ। ଏହା ପରେ ତାଙ୍କୁ ଏହି ହସ୍ପିଟାଲରେ ଚାକିରି ମିଳିଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏ ନେଇ ସନ୍ଦେହ ହେବାରୁ ସେମାନେ ଅପରେସନ୍‌ ଥିଏଟରରେ ଏକ ହିଡେନ୍‌ କ୍ୟାମେରା ଲଗାଇଥିଲେ। ଏହି କ୍ୟାମେରା ମାଧ୍ୟମରେ ଡାକ୍ତରଖାନା କର୍ତ୍ତୃପକ୍ଷ ଜାଣିବାକୁ ଚାହୁଁଥିଲେ ଯେ ବେଜରା ଠିକ୍‌ ଭାବେ ଇଞ୍ଜେକସନ୍‌ ଦେଉଛନ୍ତି କି ନାହିଁ। ଗିରଫ ହେବା ପରେ ଅଭିଯୁକ୍ତକୁ ୮ରୁ ୧୫ ବର୍ଷ ଯାଏଁ ଜେଲ ହୋଇପାରେ।

ଏବେ ଅଭିଯୁକ୍ତ ଡାକ୍ତରକୁ ବ୍ରାଜିଲର ସବୁଠୁ ବଡ଼ ଜେଲ ବାଙ୍ଗୁରେ ରଖାଯାଇଛି। ପୋଲିସ ତଦନ୍ତ ବେଳେ ଜଣାପଡ଼ିଛି ଯେ ବେଜରା ୨୦୧୮ରୁ ହିଁ ହସ୍ପିଟାଲରେ ଅଭଦ୍ରାମୀ କରିଥିବା ନେଇ ଅଭିଯୋଗର ସାମ୍ନା କରୁଛନ୍ତି। ପୂର୍ବରୁ ସେ ଓ ଆଉ ଜଣେ ଡାକ୍ତରଙ୍କ ଉପରେ ଭୁଲ ଚିକିତ୍ସା କରିଥିବା ନେଇ ଆରୋପ ଲାଗିଥିଲା। ସେମାନଙ୍କ ଭୁଲ ଚିକିତ୍ସା ଯୋଗୁ ଜଣେ ୨୩ ବର୍ଷୀୟା ମହିଳା କୋମାକୁ ଚାଲିଯାଇଥିବା ନେଇ ଅଭିଯୋଗ ହୋଇଥିଲା।

Also Read: ଏକାଥରେ ୧୮୦୦ କର୍ମଚାରୀଙ୍କୁ ଛଟେଇ କଲା Microsoft, ପୂର୍ବରୁ Google ଯୋଗୁ ବେରୋଜଗାର ହୋଇଥିଲେ ଲୋକେ

Leave A Reply

Your email address will not be published.