ଲକଡାଉନ ରୋକି ପାରିଲାନି ବିବାହ, ବାହାଘର ପାଇଁ ୮୦ କିମି ବାଟ ଚାଲି ବର ଘରେ ପହଞ୍ଚିଲେ କନ୍ୟା

ଦେଶରେ କରୋନା ଭାଇରସ ନେଇ ଲକଡାଉନ୍ ଜାରି ରହିଛି । ଦେଶରେ ବର୍ତ୍ତମାନ ଲକଡାଉନ ୪ର୍ଥ ପର୍ଯ୍ୟାୟ ଚାଲିଛି । ସଂକ୍ରମଣକୁ ଦୃଷ୍ଟିରେ ବିଭିନନ୍‌ କାର୍ଯ୍ୟକ୍ରମ, ସଭା ସମିତି, ବିବାହ ଇତ୍ୟାତି କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି। ବାରମ୍ବାର ଲକଡାଉନ୍ ବୃଦ୍ଧି ଯୋଗୁଁ ବାହାଘର ମଧ୍ୟ ଘୁଞ୍ଚିବାରେ ଲାଗିଛି । କିନ୍ତୁ ଏହି ଦମ୍ପତିଙ୍କ ବିବାହକୁ ଅଟକାଇ ପାରିଲାନି ଲକଡାଉନ୍। ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। ଖାସ ବାହା ହେବା ପାଇଁ ବର ନୁହେଁ ବରଂ କନ୍ୟା ୮୦ କିମି ବାଟ ଚାଲି ପହଞ୍ଚିଛନ୍ତି ବର ଘରେ। ଯାହା ଏବେ ଚର୍ଚ୍ଚାର ବିଷୟ।

marriage

କାନପୁର ଅଞ୍ଚଳର ମଙ୍ଗଳପୁରର ବାସିନ୍ଦା ୧୯ବର୍ଷୀୟ ଯୁବତୀ ଗୋଲ୍ଡି ଲଗାତାର ୧୨ଘଣ୍ଟା ଚାଲି ଚାଲି ବରର ଘରେ ପହଞ୍ଚିଯାଇଥିଲେ । ୧୨ଘଣ୍ଟାରେ ୮୦କିମି ଚାଲି କନ୍ୟା କନୌଜର ଗାଁର ବାସିନ୍ଦା ବିରେନ୍ଦ୍ର ରାଠୋରଙ୍କ ଘରେ ପହଞ୍ଚିଥିଲେ । ବିରେନ୍ଦ୍ରଙ୍କ ସହିତ ତାଙ୍କର ବିବାହ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଲକଡାଉନ ଯୋଗୁଁ ବାହାଘର ବାରମ୍ବାର ଘୁଞ୍ଚୁଥିଲା । ତେବେ ପୁଅ ଘରେ କନ୍ୟା ପହଞ୍ଚିବା ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ କନ୍ୟା ଘରେ ପହଞ୍ଚିବା ଦେଖି ପରିବାର ଲୋକଙ୍କ ପକ୍ଷରୁ ସ୍ୱାଗତ କରିଥିଲେ। ପରେ ବିବାହ କରିବାକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ । ପାରମ୍ପରିକ ବିଧି ବିଦାନ ଅନୁଯାୟୀ ଉଭୟ କନ୍ୟା-ବରଙ୍କ ମଧ୍ୟରେ ବିବାହ ହୋଇଥିଲା । ଗାଁଲୋକେ ଉଭୟଙ୍କ ବିବାହକୁ ସମର୍ଥ କରିଥିଲେ, ଏବଂ ସମାରୋହରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧି ବିବାହ କରିଥିଲେ ।

age

ସୂଚନାଯୋଗ୍ୟ, ମେ ୪କୁ ସେମାନଙ୍କ ବିବାହ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ଯାହା ଲକ୍ଡ଼ାଉନ୍ ବାରମ୍ବାର ଘୁଞ୍ଚୁଥିଲା । ବିବାହ ପାଇଁ ଲକଡାଉନ ୩.୦ ଶେଷ ହେବାକୁ ଚାହିଁବସିଥିଲୁ, କିନ୍ତୁ ତା ପରେ ଲକଡାଉନ ୪.୦ ଆରମ୍ଭ ହୋଇଯାଇଥିଲା । ଲକଡାଉନ ସମୟସୀମା ଦେଖି ଆମ ପରିବାର ଲୋକେ ବାହାଘର ପୁଣି ଘୁଞ୍ଚିଇବାକୁ ଚିନ୍ତା କରୁଥିଲେ । କିନ୍ତୁ ମୁଁ ନିର୍ଣ୍ଣୟ ନେଇଥିଲେ ଯେ ଲକ୍ଡ଼ାଉନ୍ ଆମ ବାହାଘର ଘୁଞ୍ଚିପାରିବ ନାହିଁ । ମୁଁ ଘରେ କାହାକୁ ନକହି ଘରୁ ଆସିଥିଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.