ମେହେନ୍ଦୀ ଫଙ୍କସନରେ ଘଟିଲା ଅଘଟଣ, ଡ୍ୟାନ୍ସ କରୁଥିବାବେଳେ ଚାଲିଗଲା କନ୍ୟାର ପ୍ରାଣ

ବିବାହ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାଏ । ତେଣୁ ବିବାହ ଭଳି ଅବସରରେ ଲୋକମାନେ ନାଚ ଗୀତର ଆସରରେ ଧୁମଧାମରେ ବିବାହର ସମସ୍ତ ଫଙ୍କସନର ମଜା ନିଅନ୍ତି । ଉଭୟ ବର କନ୍ୟା ଡ୍ୟାନ୍ସ କରି ବିବାହକୁ ଉପଭୋଗ କରନ୍ତି । କିନ୍ତୁ ଏହି ନାଚ ବେଳେବେଳେ କାଳ ପାଳଟେ । ଆମେ ଏଭଳି କହିବାର କାରଣ ହେଉଛି ଜଣେ କନ୍ୟା ବିବାହ ଫଙ୍କସନରେ ଡ୍ୟାନ୍ସ କରୁ କରୁ ତାଙ୍କ ଜୀବନ ଯାଇଛି ।
ସୂଚନା ଅନୁସାରେ ଦିଲ୍ଳୀର ଜଣେ ଯୁବତୀଙ୍କ ସହ ଲଖନୌର ଯୁବକଙ୍କ ବିବାହ ସ୍ଥିର ହୋଇଥିଲା । ସେମାନେ ଡେଷ୍ଟିନେସନ େଓ୍ଵଡିଂ ପାଇଁ ନୈନିତାଲ ଯାଇଥିଲେ । କିନ୍ତୁ ମେହେନ୍ଦୀ ଫଙ୍କସନରେ ହିଁ ଯୁବତୀଙ୍କ ପ୍ରାଣ ବାୟୁ ଉଡ଼ିଗଲା । ଡ୍ୟାନ୍ସ କରୁଥିବା ସମୟରେ ହିଁ କନ୍ୟାଙ୍କର ମୃତ୍ୟୁ ହୋଇଥିଲା । ଖୁସିର ମାହୋଲ ଦୁଃଖରେ ପରିଣତ ହୋଇଗଲା ।
ତେବେ ଶ୍ରେୟା ନାମକ ଯୁବତୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମେହେନ୍ଦୀ ସେରିମନିରେ ଡ୍ୟାନ୍ସ କରୁଥିବା ସମୟରେ ହଠାତ ଶ୍ରେୟା ବେହୋସ ହୋଇଯାଇଥିଲେ । ଉପସ୍ଥିତ ବନ୍ଧୁବାନ୍ଧବ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ । କିନ୍ତୁ ଡାକ୍ତର ସମସ୍ତ ଚେଷ୍ଟା କରିବା ପରେ ବି ଶ୍ରେୟାଙ୍କ ଜୀବନ ବଞ୍ଚାଇ ପାରିନଥିଲେ । ସୂଚନା ଥାଉ କି ଡ୍ୟାନ୍ସ କରିବା ସମୟରେ ଶ୍ରେୟାଙ୍କୁ ହାର୍ଟ ଆଟାକ ଆସିବାରୁ ତାଙ୍କ ମୃତ୍ୟୁ ହୋଇଛି ।
ଡ୍ୟାନ୍ସ କରୁଥିବା ସମୟରେ ହାର୍ଟଆଟାକରେ ମୃତ୍ୟୁ ହେବା ଖବର ପ୍ରଥମ ଘଟଣା ନୁହେଁ । ଏଭଳି ଅନେକ ସମୟରେ ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସୁଛି ।