ବିବାହର ମାତ୍ର ୨୫ଦିନ ପରେ ଲକ୍ଷ ଲକ୍ଷ ମୂଲ୍ୟର ଗହଣା ଓ ନଗଦ ଟଙ୍କା ନେଇ ଫେରାର ହେଲେ ନବବଧୂ

ବିବାହର ମାତ୍ର ୨୫ ଦିନ ପରେ ନବବଧୂ ନିଜ ଶଶୁର ଘରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଓ କିଛି କ୍ୟାସ ନେଇ ଫେରାର ହୋଇଯାଇଛନ୍ତି । ବିବାହର ମାତ୍ର ୨୫ ଦିନ ପରେ ନବବଧୂ ନିଜ ଶଶୁର ଘରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଓ କିଛି କ୍ୟାସ ନେଇ ଫେରାର ହୋଇଯାଇଛନ୍ତି । ତିହାଡ ଗାଁର ଜଣେ ହେମନ୍ତ ନାମକ ଯୁବକ ଆସାମର ପୁଷ୍ପା ନାମ୍ନୀ ଜଣେ ଯୁବତୀଙ୍କୁ ଦିଲ୍ଲୀର ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିଥିଲେ । ବିବାହ ପୂର୍ବରୁ ଯୁବତୀଙ୍କ ବନ୍ଧୁ ବାନ୍ଧବଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲାକି ଅନେକ ଦିନ ପୂର୍ବରୁ ଯୁବତୀଙ୍କ ବାପା ମା’ଙ୍କ ଦେହାନ୍ତ ହୋଇଯାଇଛି । ବିବାହ ସମୟରେ ଯୁବତୀଙ୍କ ଭିଣେଇ, ଭଉଣୀଙ୍କ ସମେତ ଆଉ ଦୁଇରୁ ତିନି ଜଣ ବନ୍ଧୁ ବାନ୍ଧବ ମହଜୂତ ଥିଲେ । ଉପସ୍ଥିତ ଥିବା ଲୋକଙ୍କ କହିବା ଅନୁଯାୟୀ ବିବାହ ସମୟରେ ଉଭୟ ବର କନ୍ୟା ମଧ୍ୟ ଖୁବ ଖୁସିଥିବା ଜଣାଯାଉଥିଲେ ।

କିନ୍ତୁ ବିବାହ ପରେ ନବବଧୂ ଜଣଙ୍କ ନିଜ ଶ୍ୱଶୁର ଘର ସାମ୍ନାରେ ନୂଆ ନୂଆ ଡିମାଣ୍ଡ ରଖିବା ଆରମ୍ଭ କରିଦେଇଥିଲେ । ଆଉ ତାହା ପରେ କଣ ହେଲା କେଜାଣି ବିବାହରେ ମିଳିଥିବା ସୁନା ଚେନ, ମୁଦି, କାନଫୁଲ, ରୁପା ପାଉଁଜି ସମେତ ମିଳିଥିବା ୨୦ ହଜାର ଟଙ୍କା ନେଇ ନବବଧୂ ଜଣଙ୍କ ଫେରାର ହୋଇଯାଇଥିଲେ । ପୁଅ ଘର ପକ୍ଷରୁ ଅଭିଯୋଗ ଅଣାଯାଇଛିକି ସେମାନଙ୍କ ବହୁର ବଡ ଭିଣେଇ ଓ ଭଉଣୀ ଏହି ସବୁ ଷଡଯନ୍ତ୍ର କରିଛନ୍ତି । ସେମାନେ ଏହା ମଧ୍ୟ କହିଛନ୍ତିକି ଏହି ଦୁଇ ଜଣ ହିଁ ପୁଷ୍ପାକୁ କେଉଁଠି ଲୁଚେଇକି ରଖିଛନ୍ତି । ନବବଧୂ ଜଣଙ୍କର ଏବେ ଯାଏଁ କୌଣସି ସୁରାକ ମିଳିପାରିନାହିଁ । ଅନ୍ୟ ପକ୍ଷରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛିକି ଘଟଣା ବାବଦରେ ତଦନ୍ତ ଜାରି ରହିଛି । ଖୁବ ଶୀଘ୍ର ହିଁ କୌଣସି ପ୍ରକାରର ପଦକ୍ଷେପ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.