ବର ମଦ ପିଇ ଆସିବାରୁ ଏକ୍ସ ବୟଫ୍ରେଣ୍ଡ ସହ ଛୁ’ ମାରିଲେ କନ୍ୟା, ବର ଶିଶୁପାଳ

ଆମେରିକାରେ ଜଣେ କନ୍ୟା ନିଜ ବିବାହ ଦିନ ଏକ୍ସ ବୟଫ୍ରେଣ୍ଡ ସହ ଲୁଚି ପଳାଇଥିବା ଯେତିକି ଗୁରୁତ୍ୱପୂର୍ଣ୍ଣ ତା’ ଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ବର ମଦ ପିଇ ଆସିଥିଲେ ବୋଲି । ସାଧାରଣତଃ ଆମର ଧାରଣା ଯେ ପାଶ୍ଚାତ୍ୟ ଦେଶରେ ଲୋକଙ୍କ ମଦ ପିଇବା ଏକ ସାଧାରଣ କଥା । ହେଲେ ଆମେରିକାର ଏହି ଝିଅ ଜଣକ ବର ମଦ ପିଇ ଆସିଥିବାରୁ ବିବାହ ମଣ୍ଡପ ଛାଡ଼ି ପଳାଇ ଯାଇଥିବା ଖବର ଚକିତ କରିଛି ।

କୌଣସି ବି ଦମ୍ପତିଙ୍କ ପାଇଁ ନିଜର ବିବାହ ଦିନ ଏକ ସ୍ପେସାଲ ଦିନ ଅଟେ । ଏହାକୁ ଅଧିକ ସ୍ମରଣୀୟ କରିବାକୁ ବର-କନ୍ୟା ବିଭିନ୍ନ ଉପାୟ ଆପଣେଇଥାନ୍ତି । ହେଲେ ଏହି ସ୍ପେଶାଲ ଡେ ଦିନ ଯଦି କୌଣସି ଅସୁବିଧା ହୁଏ ତାହା ସବୁ କନ୍ୟାଙ୍କୁ ହତୋତ୍ସାହିତ କରିଥାଏ । ଏପରି ଏକ ଘଟଣା ଘଟିଛି ଆମେରିକାରେ । ଯାହା ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛି ।

ଆମେରିକାର ମେରିଲାଣ୍ଡରେ ଏକ ବିବାହ ଉତ୍ସବ ଫିକା ପଡ଼ିଯାଇଥିଲା ଯେତେବେଳେ କନ୍ୟା ବିବାହ ମଣ୍ଡପ ଛାଡି ବୟଫ୍ରେଣ୍ଡ ସହ ଭାଗି ଚାଲିଯାଇଥିଲା । କାରଣ ଥିଲା ବର ମଦ ପିଇ ବିବାହ କରିବାକୁ ଆସିବା । ଏହା ଦେଖି କନ୍ୟା ରାଗି ଯାଇଥିଲେ ଓ ନିଜର ପୁରୁଣା ବୟଫ୍ରେଣ୍ଡ ସହ ଭାଗି ପଳାଇଥିଲେ ।

ଏହି ଘଟଣା ଆମେରିକାର ଟିଭି ଶୋ’ ଜିପ୍ସ ବ୍ରାଇଡସ୍‌ ରେ ପ୍ରସାରଣ ହୋଇଥିବା ଜଣାପଡ଼ିଛି । ଆମେରିକାର ଏହି ବର ଜଣକ ସିଏରିଆ ହୋଇଥିବା ବେଳେ କନ୍ୟା ଜଣକ ହେଲେ କାଏଲୀ । ବିବାହ ଉତ୍ସବ ଧୂମଧାମରେ ଚାଲିଥିବା ବେଳେ ବରକୁ ମଦ ପିଇଥିବା ହାଲତରେ ଦେଖି କାଏଲୀ ନିଜର ପୁରୁଣା ବୟଫ୍ରେଣ୍ଡ ସେମ୍‌ଙ୍କ ସହ ଭାଗିଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.