ପ୍ରେମିକାକୁ ରିସେପସନରୁ ଉଠାଇ ନେଲା ପ୍ରେମିକ, ଥାନାରେ ଅଭିଯୋଗ କଲେ ବରପକ୍ଷ

ଭୋପାଳ : ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳରେ ଏକ ବାହାଘର ହେଇଛି  ।  ଯେଉଁ ବାହାଘରରେ ଘଟିଥିବା ଘଟଣା ଏକ ଫିଲ୍ମର କାହାଣୀ ଭଳି ହୋଇଛି । ତେବେ ବାହାଘରରେ ହେଉଥିବା ରିସେପ୍ସନରେ କନ୍ୟା ନିଜ ବୟଫ୍ରଣ୍ଡ ସହ ଫେରାର ହୋଇଯାଇଛି ।  ଏଭଳି ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।  ଏହାପରେ ବର ପୋଲିସର ଆଶ୍ରୟ ନେଇଛନ୍ତି । ବର୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଏହି ଘଟଣା ଟିଟି ନଗରରେ ହୋଇଛି ।

ଥାନା ଅଧିକାରୀ ସୁଧୀର ଅରଜିରିୟା କହିଛନ୍ତି ଆଶିଷ ରଜକଙ୍କ ବିବାହ ଗଂଜବାସୌଡାଙ୍କ ରୋଶନି ସୈଲଙ୍କିଙ୍କ ସହ ହୋଇଛି । ଆଶିଷ ବରଯାତ୍ରୀ ନେଇ ଗଂଜବାସୌଡା ଯାଇଥିଲେ । ଏବଂ ଏହାପରେ ସେଠାରୁ ସେ ଫେରିଥିଲେ । ଭୋପାଳରେ ନିଜ ରିସେପସନ ରଖିଥିଲେ । ରିସେପସନ ପାଇଁ ବର ଆଶିଷ ଏବଂ କନ୍ୟା ବିୟୁଟି ପାର୍ଲର ଯାଇଥିଲେ ।  ଯେଉଁ ଠାରୁ ସେ ସିଧା ବିବାହ ମଣ୍ଡପ ପହଞ୍ଚିଥିଲେ । କାରରୁ ଗୋଟିଏ ପାଖରୁ ବର ତଳକୁ ଓହ୍ଲାଇ ଥିଲେ । ଏହାପରେ କନ୍ୟା ରୋଶନି ଓ ବରର ଭଊଣୀ ଓହ୍ଲାଇଥିଲେ ।

ଏହାପରେ ଏକ କାର ଦୁତଗତିରେ ସେଠାରେ ପହଞ୍ଚିଥିଲା ।  ଏକ ଯୁବକ ବରର ଭଉଣୀକୁ ଧକ୍କା ଦେଇ କନ୍ୟା ରଶନିଙ୍କୁ ନିଜ କାରରେ ବସାଇ ସେହି ସ୍ଥାନରୁ ଫେରାର ହୋଇଯାଇ ଥିଲା । ପ୍ରଥମରେ ତ ଏହା ଏକ ଅପହରଣ ବୋଲି ମନେ ହେଇଥିଲା । କିନ୍ତୁ କିଛି ସମୟ ପରେ ଏହାର ସତ୍ୟତା ଜଣାପଡିଥିଲା । କନ୍ୟା ରୋଶନି ନଜ ବୟଫ୍ରେଣ୍ଡ ଅଙ୍କିତ ସହ ଫେରାର ଯାଇଥିବା ଜଣା ପଡିଥିଲା । ପୋଲିସଙ୍କ ସୁଚନା ଅନୁସାରେ ରୋଶନିଙ୍କ ଗତ ୫ ବର୍ଷ ପୁର୍ବରୁ ଗଂଜବାସୈଡାରେ ବାସ କରୁଥିବା ଅଙ୍କିତ ନାମକ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା ।

ଯାହାର ସୂଚନା କନ୍ୟାଙ୍କ ପରିବାର ଲୋକେ ଜାଣିଥିଲେ । ଏହି ଘଟଣାକୁ ନେଇଁ ଦୁଇ ପରିବାର ମଧ୍ୟରେ ବିବାଦ ଲାଗିଥିଲା । ଏହାରି ଭିତରେ ଭୋପାଲରେ ରହୁଥିବା ଆଶିଷଙ୍କ ସହ ସ୍ଥିର କରାଯାଇଥିଲା । ମଙ୍ଗଳବାରରେ ବାହାଘର ସ୍ଥିର କରାଯାଇଥିଲା କିନ୍ତୁ ବୁଧବାରରେ ରହିଥିଲା ରିସେପସନ୍ । ତେବେ କନ୍ୟା ଏହି ରିସେପସନର ସୁଯୋଗ ସୁବିଧା ଦେଖି ନିଜ ବୟଫ୍ରେଣ୍ଡ ସହ ଫେରାର୍ ହେବା ପାଇଁ ପ୍ଲାନ କରିଥିଲା ।

ଏହି ଘଟଣା ପରେ ବରପକ୍ଷ ଲୋକ ଥାନାରେ ପହଞ୍ଚିଥିଲେ । ଏହି ଘଟଣା ସମ୍ପର୍କରେ ସମସ୍ତ ଘଟଣା କହିଥିଲେ । ଏହାପରେ ବର କହିଥିଲେ ଯେତେବେଳେ ସେ ବରଯାତ୍ରୀଙ୍କୁ ନେଇ ଗଂଜବାସୌଡା ଯାଇଥିଲେ ସେହି ସମୟରେ ତାଙ୍କ ସହ ଏକ ଘଟଣା ଘଟିଥିଲା ।  ଯେଉଁ ସମୟରେ କନ୍ୟା ରଶନିଙ୍କୁ ବିଦାୟ ଦିଆଗଲାପରେ ଗାଡିରେ ଆଣାଯାଇଥିଲା ସେହି ସମୟରେ କିଏ ଗାଡିର ଚକାକୁ ପମ୍ପଚର କରାଯାଇଥିଲା । ଯାହା ଫଳରେ ବରଯାତ୍ରୀଙ୍କୁ ବସରେ ଆସିବାକୁ ପଡିଥିଲା । ଏହାପରେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Also read: ବିବାହ ପୂର୍ବରୁ ମା’ ହେଉଛନ୍ତି ଏହି ଦେଶର ଝିଅ! କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ