କନ୍ୟାର ଅଜବ ଜିଦ, କୋଭିସିଲଡ଼ର ଦୁଇଟି ଡୋଜ ନେଇଥିବା ବରକୁ ବାହାହେବି

କରୋନା କବଳରେ ଏବେ ପୁରା ବିଶ୍ୱ । ଆଉ ଏହି ସମସ୍ୟାର ସାମ୍ନା ଏବେ ଆମ ଦେଶ ଭାରତ ବି କରୁଛି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସରକାର ବାରମ୍ବାର ଟୀକାକରଣ ଉପରେ ପ୍ରାଧାନ୍ୟ ଦେଇ ଆସୁଛନ୍ତି | ଏମିତିକି ବିଦେଶ ଯାତ୍ରା କିମ୍ବା ଅନ୍ୟ କୌଣସି କାମ ପାଇଁ ଟୀକା କରଣକୁ ବାଧ୍ୟତାମୂଳକ କରାଯାଇଛି । ଏଭିତରେ ଏକ ମେସେଜ ଶେୟାର କରାଯାଉଥିବା ନଜର ଆସିଛି । ଏହି ଆଡ଼ ଟି ଝିଅ ଘର ତରଫରୁ ଛଡ଼ା ଯାଇଥିବା ବେଳେ ଏଥିରେ ଲେଖାଯାଇଛିକି, ଯିଏ କୋଭିସୀଲଡ଼ ର ଟୀକାର ଦୁଇଟି ଯାକ ନେଇସାରିଥିବେ ସେମିତି ହିଁ ଏକ ବର ଆବଶ୍ୟକ ।
ଏହି କଟିଙ୍ଗଟିକୁ କଂଗ୍ରେସ ନେତା ଶଶୀ ଥରୁରଙ୍କ ସମେତ ଅନ୍ୟ କେତେ ଜଣ ସେୟାର କରିଛନ୍ତି ।

ଟ୍ୱିଟର ଯୋଗେ ଏହାକୁ ଶଶୀ ଥରୁର ସେୟାର କରିଥିବା ବେଳେ ମଜାଳିଆ ଅନ୍ଦାଜରେ କ୍ୟାପ୍ସନରେ ଲେଖିଛନ୍ତିକି, “ଭ୍ୟାକସିନ ନେଇଥିବା କନ୍ୟା ଜଣେ ଭ୍ୟାକସିନ ନେଇଥିବା ପୁଅର ସନ୍ଧାନରେ ଅଛନ୍ତି” । ଖୋଳତାଡ଼ରୁ ଜଣାଯାଇଛିକି, ଏହି ଆଡ଼ଟିକୁ ଗତ ଜୁନ ୪ ତାରିଖରେ ଝିଅ ଘର ତରଫରୁ ସେୟାର କରାଯାଇଛି । ଏଥିରେ ଝିଅର ଉଚ୍ଚତା, ରଙ୍ଗ, ଶିକ୍ଷାଗତ ଯୋଗ୍ୟତା ଦିଆଯିବା ସହ ସେ କୋଭିସୀଲଡ଼ ଟୀକା ନେଇ ସାରିଛନ୍ତି ବୋଲି ଉଲ୍ଲେଖ କରାଯାଇଛି । ଏହା ସହ ତଳେ ଲେଖାଯାଇଛିକି ଯେଉଁ ପୁଅ କୋଭିସିଲଡ଼ର ଦୁଇଟି ଯାକ ଟୀକା ନେଇଥିବେ ସେ ହିଁ ଆବେଦନ କରନ୍ତୁ ।

ବି. ଦ୍ର: ଅନ୍ୟ ଏକ ରିପୋର୍ଟରୁ ଜଣାଯାଇଛିକି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଆଡଟି ସମ୍ପୂର୍ଣ୍ଣ ରୂପେ ଫର୍ଜି । କିଏ ବି ଏମିତି କିଛି ବିଜ୍ଞାପନ ଦେଇ ନାହାନ୍ତି । ଏକ ଏଡିଟିଙ୍ଗ ଟୁଲ ସାହାଯ୍ୟରେ ହିଁ ଏହାକୁ ପ୍ରସ୍ତୁତ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.