ରିଲ୍ ପାଇଁ ବାୟା ହେଲେ କନ୍ୟା! ଚଳନ୍ତା କାର୍ର ବନେଟ୍ ଉପରେ ବସି କରୁଥିଲେ ଭିଡିଓ, କଟିଲା ୧୬,୫୦୦ ଟଙ୍କା ଚାଲାଣ
ଆଜିକାଲି ଯୁବପିଢ଼ି ରିଲ୍ ପଛରେ ବାୟା। ରିଲ୍ କରିବା ପାଇଁ ସେମାନେ ବନ୍ଧ, ବାଡ଼ ଅତିକ୍ରମ କରି ଯାଉଛନ୍ତି। ଏମିତି ହିଁ ଜଣେ କନ୍ୟା ରିଲ୍ କରି ଏବେ ଫସି ଯାଇଛନ୍ତି।
ଆଜିକାଲି ଯୁବପିଢ଼ି ରିଲ୍ ପଛରେ ବାୟା। ରିଲ୍ କରିବା ପାଇଁ ସେମାନେ ବନ୍ଧ, ବାଡ଼ ଅତିକ୍ରମ କରି ଯାଉଛନ୍ତି। ଏମିତି ହିଁ ଜଣେ କନ୍ୟା ରିଲ୍ କରି ଏବେ ଫସି ଯାଇଛନ୍ତି। କନ୍ୟା ଜଣକ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ପାଇଁ ରିଲ୍ ତିଆରି କରୁଥିଲେ। ଏଥିପାଇଁ ସେ ଏକ ଚଳନ୍ତା କାର୍ର ବନେଟ୍ ଉପରେ ବସି ପୋଜ୍ ଦେଉଥିଲେ। ଏହି ଭିଡିଓ ଅପଲୋଡ୍ ହେବାର କିଛି ଘଣ୍ଟା ପରେ ଖୁବ୍ ଭାଇରାଲ ହୋଇଥିଲା।
କିନ୍ତୁ କନ୍ୟା ଜଣକ ଏଠି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ଉପରେ ୧୬,୫୦୦ ଟଙ୍କାର ଜରିମାନା ଲାଗିଛି। ରବିବାର ଏହି ଘଟଣା ପ୍ରୟାଗରାଜରୁ ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଯୁବତୀ କନ୍ୟା ବେଶରେ ଚଳନ୍ତା କାରର ବନେଟରେ ବସି ରିଲ୍ ତିଆରି କରୁଛନ୍ତି। ଭିଡିଓଟି ଭାଇରାଲ ହେବା ପରେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ନଜରକୁ ଆସିଥିଲା।
ମାମଲାରୁ ଜଣାପଡିଛି ଯେ ଯୁବତୀଙ୍କ ନାମ ବର୍ଣ୍ଣିକା। କିଛି ଦିନ ତଳେ ସେ କନ୍ୟା ବେଶରେ କାର୍ର ବନେଟ୍ ଉପରେ ବସି ଭିଡିଓ କରୁଥିଲେ ଏବଂ ଫଟୋ ଉଠାଇଥିଲେ। ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ବର୍ଣ୍ଣିକା କିଛି ମାସ ତଳେ ହେଲମେଟ ନ ପିନ୍ଧି କନ୍ୟା ପୋଷାକରେ ସ୍କୁଟର ଚଳାଉଥିଲେ।
ଚଳନ୍ତା କାର୍ର ବନେଟରେ ବସିବା ପାଇଁ ତାଙ୍କର ୧୫,୦୦୦ ଟଙ୍କାର ଚାଲାଣ କଟିଥିବା ବେଳେ ବିନା ହେଲ୍ମେଟରେ ଗାଡ଼ି ଚଲାଇବା ପାଇଁ ୧୫୦୦ ଟଙ୍କା ଚାଲାଣ କଟିଥିବା ଜଣାପଡ଼ିଛି।
प्रयागराज में कार के बोनट पर बैठकर दुल्हन ने रील बनाया। जिसके बाद प्रयागराज पुलिस ने दुल्हन को 16,500 का चलान थमा दिया।#UPPolice pic.twitter.com/3AFFt8hpbd
— Shailendra Tiwari (@Shailendra_Jour) May 22, 2023