ବାହା ହୋଇ ଶାଶୁ ଘରକୁ ଯାଉଥିଲା କନ୍ୟା, ବାଟରେ ଛକି ଗୁଳି ମାରିଲା ପ୍ରେମିକ; ବର ଭାଇକୁ ବି ଛାଡ଼ିଲେନି ଆକ୍ରମଣକାରୀ

ହରିୟାଣାର ରୋହତକରୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ କନ୍ୟାକୁ ବିଚ୍‌ ରାସ୍ତାରେ ଗୁଳି ମରା ଯାଇଛି। ଖବରରୁ ଜଣାପଡ଼ିଛି, ଏଠାରେ କନ୍ୟା ଜଣକ ବିବାହ ପରେ ନିଜ ଶାଶୁଘରକୁ ଯାଉଥିଲା। ଏହି ସମୟରେ ରାସ୍ତାରେ ଛକି ବସିଥିବା କିଛି ଯୁବକ ତାକୁ ଗୁଳି ମାରିଥିଲେ। ତେବେ ଏଥିରେ ସନ୍ଦେହ କରାଯାଉଛି କି, କନ୍ୟାର ପ୍ରେମିକ ଏବଂ ତାଙ୍କର କେତେଜଣ ସାଙ୍ଗ ମିଶି ଏହି ଘଟଣା ଘଟାଇ ଥାଇପାରନ୍ତି। ଯୁବକମାନେ ପ୍ରଥମେ କନ୍ୟା ଯାଉଥିବା କାର୍‌କୁ ଓଭରଟେକ କରି ଅଟକାଇଥିଲେ। ପରେ ବରକୁ ଗାଡ଼ିରୁ ଓହ୍ଲାଇ ପୁଣି କନ୍ୟାର ବେକକୁ ଗୁଳି କରିଥିଲେ। ଆକ୍ରମଣକାରୀ ଯୁବକ ବରର ଭାଇଠାରୁ ବି ସୁନାଚେନ୍‌ ଲୁଟି ନେଇଥିଲେ ଏବଂ ସେଠାରୁ ଫେରାର ହୋଇ ଯାଇଥିଲେ। ଏପଟେ କନ୍ୟାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପିଜିଆଇ ରୋହତକର ଟ୍ରାମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ ମାମଲାର ତଦନ୍ତ କରୁଛି।

କନ୍ୟାକୁ ରାସ୍ତାରେ କରାଗଲା ଗୁଳି

ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିଲା। ସୂଚନା ମୁତାବକ, ସାମ୍ପଲା ଗାଁର ଜଣେ ଯୁବତୀଙ୍କର ବିବାହ ଭାଲୀ ଆନନ୍ଦପୁର ଗାଁର ଜଣେ ଯୁବକଙ୍କ ସହିତ ବଡ଼ ଧୁମ୍‌ଧାମରେ ସମ୍ପନ୍ନ ହୋଇଥିଲା। ଏହାପରେ ବାପଘରୁ ବିଦାୟ ନେଇ କନ୍ୟା ତା’ ଶାଶୁଘରକୁ ଯାଉଥିଲା। ବରର ଭାଇ ସୁନିଲ କାର୍‌ ଚଲାଉଥିଲେ। ରାତି ପାଖାପାଖି ୧୨ଟାରେ ଗାଁ ଶିବ ମନ୍ଦିର ପାଖରେ ଏହି ଘଟଣା ଘଟିଥିଲା। ଇନୋଭା କାର୍‌ରେ ପିଛା କରି ଆସୁଥିବା ୩ ଜଣ ଯୁବକ ହଠାତ୍‌ ଏହି ସ୍ଥାନରେ କନ୍ୟାର କାର୍‌କୁ ଓଭରଟେକ କରିଥିଲେ। ଏହାପରେ କନ୍ୟାକୁ ଗୁଳି ମାରିଥିଲେ। ଏଥିରେ କନ୍ୟା ଜଣକ ଲହୁଲୁହାଣ ହୋଇ କାର୍‌ରୁ ପଡ଼ି ଯାଇଥିଲା। ଘଟଣା ପରେ ଯୁବକମାନେ ଫେରାର ହୋଇଯାଇଥିବା ବେଳେ କନ୍ୟାକୁ ଗୁରୁତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

କାରକୁ ଓଭରଟେକ କରି କନ୍ୟାକୁ ମାରିଲେ ଗୁଳି

ପୋଲିସ ଏହି ଅଜଣା ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଖୋଜାଖୋଜି ଆରମ୍ଭ କରି ଦେଇଛି। ତଦନ୍ତରୁ ପୋଲିସ ଏହା ମଧ୍ୟ ଜାଣିବାକୁ ପାଇଛି ଯେ ଆକ୍ରମଣକାରୀ ସାମ୍ପଲାରୁ ହିଁ କନ୍ୟାର କାର୍‌କୁ ପିଛା କରି ଆସୁଥିଲେ। ଯେମିତି ହିଁ କନ୍ୟା ତା’ ଶାଶୁଘର ଗାଁ ପାଖରେ ପହଞ୍ଚିଥିଲା, ତ ସେମାନେ ତତ୍‌କ୍ଷଣାତ କନ୍ୟା ଉପରକୁ ଗୁଳି କରିଥିଲେ। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ହେଲା, ଘଟଣା ଘଟେଇବା ପରେ ଯୁବକମାନେ ବ୍ଲାଙ୍କ୍‌ ଫାୟାରିଙ୍ଗ୍‌ କରିଥିଲେ ଏବଂ ଘଟଣାସ୍ଥଳରୁ ଆଖି ପିଛୁଳାକେ ଫେରାର ହୋଇ ଯାଇଥିଲେ।

ମାମଲାର ତଦନ୍ତ କରୁଛି ପୋଲିସ

ଏହି ଘଟଣା ପରେ ଗାଁରେ ଆତଙ୍କର ମାହୋଲ ସୃଷ୍ଟି ହୋଇଛି। କନ୍ୟାର ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟି ପଡ଼ୁଛି। ପୋଲିସର କହିବା ହେଲା, ଖୁବ୍‌ ଜଲ୍‌ଦି ଅଭିଯୁକ୍ତଙ୍କୁ ଗିରଫ କରାଯିବ। ଘଟଣାରେ ବ୍ୟବହୃତ ଇନୋଭା କାର୍‌କୁ ମଧ୍ୟ ଯୁବକମାନେ ସାମ୍ପଲାର ଜଣେ ଇଟାଭାଟି ମାଲିକଙ୍କଠାରୁ ପିସ୍ତାଲ ଦେଖାଇ ଲୁଟି ଆଣିଥିବା ପୋଲିସ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.