ପିପିିଇ କିଟ ପିିନ୍ଧି ହସ୍ପିଟାଲ ପହଞ୍ଚିଲେ କନ୍ୟା, ଶେଷରେ ବର ପିନ୍ଧାଇଲେ ମଙ୍ଗଳସୂତ୍ର

କରୋନା ଭାଇରସର ସଂକ୍ରମଣ ବୃଦ୍ଧି ହେତୁ ଅନେକ ଲୋକଙ୍କ ଜୀବନ ଗଲାଣି । ବାକି ରହିଥିବା ଲୋକଙ୍କ ସୁରକ୍ଷା ପାଇଁ ଅହରହ ଚେଷ୍ଟା ଚାଲିଛି । ଏହି ଅଦୃଶ୍ୟ ମହାମାରୀ ପାଇଁ ଅନେକ ନିଜ ଖୁସି ସମୟକୁ ମଧ୍ୟ ଠିକ ରୂପେ ସେଲିବ୍ରେଟ କରିପାରୁନାହାନ୍ତି । ସମୟ ସହ ନିଜକୁ କମ୍ପ୍ରମାଇଜ କରି ଏବେ ଦୁନିଆ ଚାଲିଛି । କର୍ମକ୍ଷେତ୍ରଠୁ ଆରମ୍ଭ କରି ବିବାହକର୍ମ ପର୍ଯ୍ୟନ୍ତ ସମସ୍ତେ ଏହି ମହାମାରୀ କବଳରେ । ପ୍ରାୟ ସବୁ ବ୍ୟବସ୍ଥା ଏବେ ଅଚଳ । ଆଉ ଯେଉଁ ବ୍ୟବସ୍ଥା ଚାଲିଛି ତାହା କେବେ ଅଚଳ ହୋଇଯିବ ତାହା ମଧ୍ୟ ଜଣା ନାହିଁ ।

ତେବେ ଏହି ସମୟ ମଧ୍ୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଘଟଣାଟି ହେଉଛି କେରଳର । କେରଳର ଅଲପ୍ପୁଜା ସହରରେ ଯୁବତୀ ଅଭିରାମୀ ବିବାହ ସମୟରେ କରୋନା କବଳର ଶିକାର ହୋଇଛନ୍ତି । ମାତ୍ର ସେ ଏଥିରେ ଡରି ଯାଇ ନାହାନ୍ତି । ପବିତ୍ର ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ସେ ଶେଷରେ ପିପିଇ କିଟର ଆଶ୍ରୟ ନେଇଛନ୍ତି । ପ୍ରକୃତ କଥା ହେଉଛି, କନ୍ୟା ଜଣକ ଯେଉଁ ବରକୁ ବିବାହ କରିବାକୁ ଯାଉଥିଲେ ସେ ବିବାହ ସମୟରେ କରୋନା ପଜିଟିଭ ହୋଇଯାଇଥିଲେ । କିନ୍ତୁ ଏହା ପରେ ମଧ୍ୟ କନ୍ୟା ଜଣକ ପିପିଇ କିଟ ପିନ୍ଧି ପାରମ୍ପରିକ ନୀତିରେ ହସ୍ପିଟାଲରେ ବିବାହ କରିଥିଲେ ।

33300
pc: Gulf News

୨୩ ବର୍ଷିୟ ଏହି ବର ଜଣକ ଅଲପ୍ପୁଜାହର ଏକ ସରକାରୀ ହସ୍ପିଟାଲରେ କରୋନା ଭାଇରସରେ ସଂକ୍ରମିତ ହୋଇ ଆଡମିଟ ହୋଇଥିଲେ । ତେବେ ଏହି ବିବାହ ହସ୍ପିଟାଲର ଏକ ବିଶେଷ ରୁମରେ ସଂପନ୍ନ ହୋଇଥିଲା । ବର ଜଣକ କନ୍ୟାଙ୍କୁ ଶେଷରେ ମଙ୍ଗଳସୂତ୍ର ସହ ତୁଳସୀ ମାଳ ପିନ୍ଧାଇଥିଲେ ।

Leave A Reply

Your email address will not be published.