ମୋ ଝିଅ ସମ୍ପତ୍ତି ନୁହେଁ ଯେ ଦାନ କରିବି . . . ବିବାହରେ କନ୍ୟାଦାନ କରିବାକୁ ମନାକଲେ ପିତା, ଜାଣନ୍ତୁ କଣ ହେଲା ତା ପରେ

କୁହାଯାଏ କନ୍ୟାଦାନ ମହାପୂଣ୍ୟ । ହିନ୍ଦୁ ବିବାହରେ କନ୍ୟାଦାନର ବିଶେଷ ମହତ୍ବ ରହିଛି । ତେଣୁ ପ୍ରତ୍ୟେକ ବାପା ଏହି ରୀତିକୁ ଅତ୍ୟନ୍ତ ଖୁସିର ସହ ପାଳନ କରିଥାନ୍ତି । କହିଲେ ଅତ୍ୟୁକ୍ତି ହେବନି ଯେ ଏହି ସମୟକୁ ଯେମିତି ଅପେକ୍ଷା କରିଥାନ୍ତି ସେମାନେ ।

କିନ୍ତୁ ଆଜି ଆମେ ଏମିତି ଜଣେ ବାପାଙ୍କ ବିଷୟରେ କହିବୁ ଯିଏ କନ୍ୟାଦାନ କରିବାକୁ ରୋକଠୋକ୍ ମନା କରିଦେଲେ । ଆଉ କହିଥିଲେ ଯେ , ମୋ ଝିଅ କୌଣସି ସମ୍ପତ୍ତି ନୁହେଁ ଯେ କାହାକୁ ଦାନ କରିବି । ତେଣୁ ଏହି ରୀତି ମୁଁ ପାଳନ କରିବି ନାହିଁ ।

ଏହା ସହ ପଢନ୍ତୁ ନା ଜାତି, ନା ଧର୍ମ, ନା ଅଗ୍ନି ନା କନ୍ୟାଦାନ . . ସମ୍ବିଧାନକୁ ସାକ୍ଷୀ ରଖି ହେଲା ଏହି ନିଆରା ବିବାହ

କେବଳ ସେତିକି ନୁହେଁ ଏହି ବିବାହ କରାଇଥିଲେ ଚାରି ଜଣ ମହିଳା ପଣ୍ଡିତ । ଯେତେବେଳେ କି ସାଧାରଣତଃ ହିନ୍ଦୁ ସମାଜର କୌଣସି ବିବାହକୁ ପୁରୁଷ ପଣ୍ଡିତଙ୍କ ଦ୍ବାରା ସମ୍ପନ୍ନ କରାଯାଇଥାଏ । କୋଲକାତରେ ହୋଇଥିବା ଏହି ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କନ୍ୟାପିତାଙ୍କ ଏହି ପଦକ୍ଷେପକୁ କିଛି ଲୋକ ଏହାକୁ ସମର୍ଥନ କରିଥିବା ବେଳେ କିଛି ଲୋକ କରିଛନ୍ତି ସମାଲୋଚନା ।

ଦେଖନ୍ତୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.