କେରଳ ଦୁର୍ଦ୍ଦଶା, ଭୁଶୁଡ଼ିଲା ପୁରାତନ ପୋଲ

କୋଚି : ପ୍ରଳୟଙ୍କରୀ ବନ୍ୟାରେ କେରଳ ରାଜ ଧ୍ବସ୍ତବିଧ୍ବସ୍ତ ହୋଇପଡ଼ିଛି । ଦେଶ ବିଦେଶରୁ ସହାୟତା ପହଞ୍ଚୁଥିବା ବେଳେ ଉଦ୍ଧାରକାରୀ ଦଳ ପହଞ୍ଚି ବନା ଜଳରେ ଫସିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି । ବିପନ୍ନମାନଙ୍କ ପାଇଁ ରିଲିଫ ବ୍ୟବସ୍ଥା କରାଯାଇଛି । ତେବେ ଏତେ ଦିନର ଦୁର୍ଦ୍ଦଶା ଭିତରେ ସ୍ଥିତି ଆହୁରି ଗମ୍ଭୀର ହେବାରେ ଲାଗିଛି ।
ଗତ ରାତିରେ ତ୍ରିଚି ସ୍ଥିତ କୋଲ୍ଲିଡାମ୍ ନଦୀ ଉପରେ ଥିବା ଲୁହା ପୋଲଟି ଭୁଶୁଡ଼ି ପଡ଼ିଛି । ଗତ ବୁଧବାର ଠାରୁ ବ୍ରିଟିଶ ଅମଳର ଏହି ପୋଲରେ ଫାଟ ଦେଖା ଦେଇଥିଲା । ବନ୍ୟା ଜଳର ପ୍ରବଳ ସ୍ରୋତରେ ଏହା ଭୁଶୁଡ଼ି ଯାଇଛି । ତେବେ ଏଥିରେ କେହି ମୁତାହତ ହୋଇ ନାହାନ୍ତି ।