ଭିଏତନାମ ଘୂର୍ଣ୍ଣିଝଡ ୟାଗୀର ତାଣ୍ଡବ: ଭାଙ୍ଗିଗଲା ପୋଲ, ଚାହୁଁ ଚାହୁଁ ଗଳିପଡିଲା ଟ୍ରକ

ସୋସିଆଲ ମିଡିଆରେ ଆପଣ ଅନେକ ସମୟରେ ମଜାଳିଆ କିମ୍ବା କିଛି ଆଶ୍ଚର୍ଯ୍ୟ ଚକିତ ଭିଡିଓ ଦେଖିଥିବେ । କିନ୍ତୁ ବେଳେ ବେଳେ ଏମିତି କିଛି ଭାଇରଲ ହୋଇଥାଏ, ଯାହାକୁ ଦେଖିବା ପରେ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେନି । ସୋସିଆଲ ମିଡିଆରେ ଅନେକ ଭିଡିଓ ଏମିତି ଦେଖିଥିବେ ଯେପରି ସଡ଼କ ଦୁର୍ଘଟଣା, ଘର ଭାଙ୍ଗିବା କିମ୍ବା ଝଡ ତୋଫାନ ଆସିବାର ଭିଡିଓ । କିନ୍ତୁ ଏହି ଭାଇରଲ ଭିଡିଓ ଦେଖିଲେ ହୁଏତ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ ।

ଭିଏତନାମରେ ଘୂର୍ଣ୍ଣିଝଡ ୟାଗୀ ଯୋଗୁଁ ଏକ ବ୍ରିଜର ଗୋଟେ ଭାଗ ସଂପୂର୍ଣ୍ଣ ଭାଙ୍ଗିପଡିଛି । ଫଳରେ ୧୦ରୁ ଉର୍ଦ୍ଧ୍ୱ ଗାଡି ନଦୀକୁ ଖସିପଡିଛି । ୧୩ ଜଣ ଲୋକ ନଦୀରେ ଖସିପଡିଛନ୍ତି ।  ଭାଇରଲ ଭିଡିଓରେ ଏକ ଟ୍ରକ ରାସ୍ତାରେ ଯାଉଥିବା ବେଳେ ପୋଲଟି ପାର କରିବାକୁ ଯାଉଥିବା ବେଳେ ପୋଲଟି ଭାଙ୍ଗିପଡୁଥିବାର ଦେଖିବାକୁ ମିଳିଛି । ପୋଲ ଉପରେ ଯାଉଥିବା ଅନ୍ୟ ଗାଡି ମଧ୍ୟ ଶିକାର ହୋଇଛନ୍ତି । ଏହି ଘଟଣା ଦେଖିବା ପରେ ଅନ୍ୟ ଗାଡି ଚାଳକ କାର୍‌ ଏବଂ ବାଇକ ରୋକି ରହିଯାଉଛନ୍ତି । କିଛି ଗାଡି ଡ୍ରାଇଭର ପୁଣି ସେଠାରୁ ଫେରିଆସୁଛନ୍ତି । ତେବେ ଏକ କାରର୍‌ ଡ୍ୟାଶ କ୍ୟାମରେ ଏମିତି ଜିନିଷ ଦେଖିବାକୁ ମିଳିଛି । ଯାହାକୁ ଆପଣ ଦେଖି ଆଶ୍ଚର୍ଯ୍ୟ ହେବେ ।

ଏହି ଭିଡିଓକୁ X ରେ @volcaholic1 ଆକାଉଣ୍ଟରେ ସେୟାର କରାଯାଇଛି । ଭିଡିଓ କ୍ୟାପସନରେ ଲେଖାଯାଇଛି କି, ଭିଏତନାମରେ, ଫୁଥୋ ରେ ଫଙ୍ଗ ଚାଓ ବ୍ରିଜର ଗୋଟେ ପଟ ବନ୍ୟା ପାଣିରେ ଭାସିଯାଇଛି । ଫଳରେ ୧୩ରୁ ଅଧିକ ଲୋକ ନଦୀରେ ପଡିଯାଇଛନ୍ତି । ପାଖାପାଖି ୧୦ ଗାଡି ଏବଂ ୨ ବାଇକ୍‌ ପାଣିରେ ଖସିପଡିଛି । ଝଡ ତୋଫାନ ୟାଗୀ ପରେ ଉଦ୍ଧାର କର୍ଯ୍ୟ ଜାରି ରହିଛି । ତେବେ ଏପର୍ଯ୍ୟନ୍ତ କୌଣସି ହତାହତ ସଂଖ୍ୟା ସାମ୍ନାକୁ ଆସିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like