ଟ୍ରମ୍ପଙ୍କ ଟ୍ରେଡ ୱାର ବିରୋଧରେ ବ୍ରିଟେନର ଯୁଦ୍ଧ ଘୋଷଣା, ଗ୍ଲୋବାଲାଇଜେସନରୁ ଓହରିବାକୁ ବିଚାର କରୁଛି ବ୍ରିଟେନ

ଟ୍ରମ୍ପଙ୍କ ଟ୍ରେଡ ୱାର ବିରୋଧରେ ବ୍ରିଟେନର ଯୁଦ୍ଧ ଘୋଷଣା ।  ଜଗତୀକରଣ ବା ଗ୍ଲୋବାଲାଇଜେସନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟାର୍ମର ।  ସୋଭିଏତ ସଂଘର ପତନ ପରେ ୧୯୯୧ରୁ ଗ୍ଲୋବାଇଲାଇଜେନ ଆରମ୍ଭ ହୋଇଥିଲା ।  ତେବେ ଟ୍ରମ୍ପଙ୍କ ଟାରିଫ ବୃଦ୍ଧି ନିଷ୍ପତ୍ତି ବିଶ୍ୱ ଅର୍ଥନୀତି ଅପେକ୍ଷା ଆମେରିକା ଅର୍ଥନୀତିକୁ ସୁହାଉଛି ।

ଆମେରିକା ସରକାର ନିଜ ଅର୍ଥନୀତିକୁ ସୁହାଇଲା ଭଳି ନିଷ୍ପତ୍ତି ନେଇ ବିଶ୍ୱର ଅନ୍ୟ ଅର୍ଥନୀତି ଉପରେ ଟିକସ ଲାଗୁ କରି ଚାଲିଛନ୍ତି ।  ଟ୍ରମ୍ପଙ୍କ ଟାରିଫ ନୀତିକୁ ସାରା ବିଶ୍ୱ ବିରୋଧ କରୁଛି ।  ଏହି ନିଷ୍ପତ୍ତି ବିଶ୍ୱ ବଜାରକୁ ମଧ୍ୟ ପ୍ରଭାବିତ କରୁଛି ।  ତେଣୁ ଗ୍ଲୋବାଇଜେସନ ପ୍ରକ୍ରିୟାରେ ସାମିଲ ହୋଇ ନିଜ ଦେଶର ଆର୍ଥିକ କ୍ଷତି ଘଟାଇବାକୁ ବ୍ରିଟେନ ଅରାଜି ଥିବା ଜଣାପଡିଛି ।

ତେଣୁ ଏଥିରୁ ଓହରିବାକୁ ବ୍ରିଟେନ ଖୁବଶୀଘ୍ର ନିଷ୍ପତ୍ତି ନେବ ।  ୟୁରୋପିଆନ ନେତାଙ୍କ ସହ ଆଲୋଚନା ଜାରି ରଖିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଷ୍ଟାରମର ।  ଟ୍ରମ୍ପଙ୍କ ପାଲଟା ଟିକସକୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଓ ୟୁରୋପିଆନ ନେତାମାନେ ବିଶ୍ବ ଅର୍ଥନୀତିର ନୂଆ ଯୁଗ ବୋଲି କହିଛନ୍ତି ।

Also read: ‘ମିଷ୍ଟର୍ ପ୍ରାଇମ୍ ମିନିଷ୍ଟର୍ ୟୁ ଆର୍ ଗ୍ରେଟ୍’… ଆଲିଙ୍ଗନ କରି ମୋଦିଙ୍କୁ ଚେୟାର ଅଫର କଲେ ଟ୍ରମ୍ପ