ଦେଶ ବିଦେଶ

ବ୍ରିଟେନକୁ ବିରାଟ ଚିନ୍ତା, ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍

କେନ୍ୟୁଜ୍(ବ୍ୟୁରୋ): କେଉଁଠି ରହିବ ଆଇଏନ୍‌ଏସ୍‌ ବିରାଟ ? ଭାରତରେ ରହିବ ନା ବ୍ରିଟେନକୁ ଯିବ ? ବ୍ରିଟେନର ସାମୁଦ୍ରିକ ମ୍ୟୁଜିୟମ୍‌ରେ ରହିବ କି ବିରାଟ । ଆଇଏନ୍‌ଏସ୍‌ ବିରାଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ । ସେ ଚିଠିରେ ଲଖିଛନ୍ତି, ବିରାଟକୁ ସୁରକ୍ଷିତ ରଖନ୍ତୁ ନହେଲେ ଆମେ ବିରାଟକୁ ବ୍ରିଟେନ୍‌ ଫେରାଇ ଆଣିବା । ଆସନ୍ତା ସାଧାରଣତନ୍ତ୍ର ଦିବସରେ ବୋରିସ୍‌ ଜନ୍‌ସନ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଭାରତ ଆସୁଛନ୍ତି । ଏହା ପୂର୍ବରୁ ମୋଦିଙ୍କୁ ବିରାଟ ସଂପର୍କରେ ଚିଠି ଲେଖିଛନ୍ତି । ସେ କହିଛନ୍ତି ଏହା ଭାରତୀୟ ନୌସେନାର ବିମାନ ବାହକ ଯୁଦ୍ଧ ପୋତ । ଏଚ୍‌ଏମ୍‌ଏସ୍‌ ହର୍ମିସ୍‌ ଭାବେ ଗୌରବ ହାସଲ କରିଛି । ବ୍ରିଟେନର ଏକ ସାମୁଦ୍ରିକ ସଂଗ୍ରହାଳୟରେ ବିରାଟକୁ ରଖାଯିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ଅଲଙ୍ଗର ଏକ ସିପ୍‌ବ୍ରେକରରେ ଜାହାର ଭାଙ୍ଗିବା ପ୍ରକ୍ରିୟା କୌଣସି ବି ଦିନ ଆରମ୍ଭ ହୋଇପାରେ । ଭାରତରେ ଯୁଦ୍ଧପୋତ ଭାଙ୍ଗିବାରେ ଆଇଏନ୍‌ଏସ୍‌ ବିରାଟ ହେଉଛି ଗତ ୬ ବର୍ଷରେ ଦ୍ୱିତୀୟ । ୨୦୧୪ରେ ଆଇଏନ୍‌ଏସ୍‌ ବିକ୍ରାନ୍ତଙ୍କୁ ଭଙ୍ଗାଯାଇଥିଲା । ଏହା ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲା । ଏବେ ମୁମ୍ବାଇର ଏହାର ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏକ ସପ୍ତାହ ଧରି ଭବନଗରର ଆଲାଙ୍ଗ ଜାହାଜ ଭାଙ୍ଗିବା ପ୍ରାଙ୍ଗଣରେ ୨୫୦ ଶ୍ରମିକ ଭାଙ୍ଗିବା କାର୍ଯ୍ୟରେ ଲାଗିଛନ୍ତି । ଆଇଏନ୍‌ଏସ୍‌ ବିରାଟକୁ ସ୍କ୍ରାପ୍‌ ଭାବେ କିଣିଥିବା ଶ୍ରୀରାମ ଗ୍ରୁପ୍‌ର ଚେୟାରମ୍ୟାନ୍‌ ମୁକେଶ ପଟେଲ କହିଛନ୍ତି ଯେ ଜାହାଜର ପ୍ରାୟ ୫ ପ୍ରତିଶତ ଭାଙ୍ଗି ସାରିଛି ।

ପ୍ରାୟ ୩୦ ବର୍ଷ ଧରି ଆଇଏନ୍‌ସ ବିରାଟ ଭାରତୀୟ ନୌସେନାକୁ ସେବା ଯୋଗାଇ ଆସୁଥିଲା । ୨୦୧୭ ମାର୍ଚ୍ଚ ୬ ତାରିଖରେ ସେବାମୁକ୍ତ ହୋଇଥିଲା ଏହି ଯୁଦ୍ଧପୋତ । ଏହି ଯାହାଜ ପୂର୍ବରୁ ବ୍ରିଟେନର ରୟାଲ ନେଭିରେ ଏଚ୍‌ଏମ୍‌ଏମ୍‌ ହର୍ମିସ ନାଁରେ ୨୫ ବର୍ଷ କାମ କରିଥିଲା । ୧୯୮୭ରେ ଆଇଏନ୍‌ଏସ ବିରାଟ ହୋଇ, ଭାରତୀୟ ନୌସେନାରେ ସାମିଲ ହୋଇଥିଲା । ଆଇଏନ୍‌ଏସ୍‌ ବିରାଟ ୧୯୮୯ରେ ଶ୍ରୀଲଙ୍କାରେ ଶାନ୍ତି ସ୍ଥାପନ ପାଇଁ ଅପରେସନ ଜୁପିଟରରେ ସାମିଲ ହୋଇଥିଲା । ଏହାସହ ୨୦୦୧ରେ ଅପରେସନ ପରାକ୍ରମରେ ସାମିଲ ଥିଲା । ଆଇଏନଏସ ବିରାଟ ସେବାମୁକ୍ତ ହେବା ପରେ ଏହାକୁ ଅଲଙ୍ଗ ସ୍ଥିତ ଶ୍ରୀରାମ ଗ୍ରୁପ ୩୮ କୋଟି ୫୪ ଲକ୍ଷ ଟଙ୍କା ଦେଇ ନିଲାମରେ କିଣିଥିଲା । ସେପ୍ଟେମ୍ବର ୨୧ ତାରିଖରେ ଅଲଙ୍ଗରେ ପହଞ୍ଚିବ ବିରାଟ

KNews Bureau

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

16 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

49 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

51 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

57 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 hour ago