ରୁଷ୍‌ର ବ୍ୟାନ୍‌ ସତ୍ତ୍ୱେ ଜେଲେନ୍‌ସ୍କିଙ୍କ ସହ କଥା ହେଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌, କହିଲେ-ଆଗକୁ ବି ସବୁ ସାହାଯ୍ୟ କରାଯିବ

ରୁଷ୍‌ ସହ ଯୁଦ୍ଧରେ ଆମେରିକା ପରେ ଯଦି କୌଣସି ଦେଶ ୟୁକ୍ରେନ୍‌ର ସାଥ୍‌ ଦେଉଛି, ତେବେ ସେ ହେଉଛି ବ୍ରିଟେନ୍‌। ବ୍ରିଟେନ୍‌ ୟୁକ୍ରେନ୍‌କୁ ସମସ୍ତ ସାହାଯ୍ୟ କରୁଛି। ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ଶନିବାର ରାତିରେ ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲେଦିମିର ଜେଲେନ୍‌ସ୍କିଙ୍କ ସହ କଥା ହୋଇଛନ୍ତି। ଉଭୟେ ମାରିୟୁପୋଲ ବିଷୟରେ କଥା ହୋଇଛନ୍ତି। ଆଲୋଚନା ବେଳେ ବୋରିସ୍‌ ଜନ୍‌ସନ୍‌ ରୁଷ୍‌ ବ୍ରିଟେନ୍‌ ଉପରେ ଲଗାଇଥିବା ସମସ୍ତ ପ୍ରତିବନ୍ଧକ ବିଷୟରେ ବି କହିଛନ୍ତି।

ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଆଗକୁ ବି ବ୍ରିଟେନ୍‌ ଯଥା ସମ୍ଭବ ସାହାଯ୍ୟ ଯୋଗାଇବ । ଏଥିସହ ୟୁକ୍ରେନ୍‌କୁ ଆଗକୁ ଯୁଦ୍ଧ ଅସ୍ତ୍ର ଶସ୍ତ୍ର ଓ ସମସ୍ତ ରକ୍ଷା ସାମଗ୍ରୀ ଯୋଗାଇବ ବୋଲି ବ୍ରିଟେନ୍‌ କହିଛି। ରୁଷ୍‌ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପର ଦିନ ହିଁ ଜନ୍‌ସନ୍‌ ଓ ଜେଲେନ୍‌ସ୍କିଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି।

ସୂଚନାଯୋଗ୍ୟ ଯେ ଏକ ସପ୍ତାହ ତଳେ ବୋରିସ୍‌ ଜନ୍‌ସନ୍‌ କିଭ୍‌ରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ସେ ଯୁଦ୍ଧର ଭୟାବହତାକୁ ନିଜ ଆଖିରେ ଦେଖିଥିଲେ। ଏହି ଯୁଦ୍ଧ ବେଳେ ୟୁକ୍ରେନ୍‌ ସେନାର ସାହସିକତାକୁ ସେ ସଲାମ କରିଥିଲେ।

ଲଗାତାର ସାହାଯ୍ୟ କରୁଛି ବ୍ରିଟେନ୍‌:

ୟୁକ୍ରେନ୍‌ ଉପରେ ରୁଷ୍‌ ଆକ୍ରମଣ କରିବା ଦିନଠାରୁ ହିଁ ବ୍ରିଟେନ୍‌ ଲଗାତାର ତାଙ୍କୁ ସାହାଯ୍ୟ କରୁଛି। ଇତି ମଧ୍ୟରେ ବ୍ରିଟେନ୍‌ ପକ୍ଷରୁ ୟୁକ୍ରେନ୍‌କୁ ଅନେକ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ଓ ସାମରିକ ବଳ ପ୍ରଦାନ କରାଯାଇଛି। ନିକଟରେ ୟୁକ୍ରେନ୍‌ ସେନାକୁ ମାଷ୍ଟିକ୍‌ ଆର୍ମଡ୍‌ ଭେଇକଲ ଦେବାକୁ ବ୍ରିଟେନ୍‌ ଘୋଷଣା କରିଥିଲା। ଏହି ଭେଇକଲର ଓଜନ ୨୩ ଟନ୍‌। ଏଥିରେ ୮ ସୈନିକ ଓ ୨ ଚାଳକ ବସିବା କ୍ଷମତା ରହିଛି। ଏହା ସାହାଯ୍ୟରେ ୟୁକ୍ରେନ୍‌ ରୁଷ୍‌କୁ ମୁହାଁମୁହିଁ ସାମ୍ନା କରିପାରିବ।

Also Read: ରାଣୀ ହେବ ତ ଏମିତି! ଅଜଣା ପିଲାକୁ ନିଜ ୩ ଲକ୍ଷ ଟଙ୍କାର କୋଟ୍‌ ଦେଇଦେଲେ ବ୍ରିଟିଶ୍‌ ରାଜକୁମାରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.