ବିଶ୍ୱ ମାନଚିତ୍ରରୁ ନିଶ୍ଚିହ୍ନ ହୋଇଯିବ ବ୍ରିଟେନ’, ରୁଷ୍‌ର ଖୋଲାଖୋଲି ଧମକକୁ ନେଇ ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ :  ବିଶ୍ୱର ମାନଚିତ୍ରରୁ ନିଶ୍ଚିହ୍ନ ହୋଇଯିବ ବ୍ରିଟେନ । ୟୁକେକୁ ସମୁଦ୍ରରେ ବୁଡାଇଦେବୁ । ବ୍ରିଟେନକୁ ଏପରି ଖୋଲାଖୋଲି ଶେଷ କରିଦେବା ଧମକକୁ ନେଇ ଚର୍ଚ୍ଚା । ରୁଷ୍‌ର ଏକ ଟିଭି ଚ୍ୟାନେଲ ମାଧ୍ୟମରେ ଧମକ ପୂର୍ଣ୍ଣ ଭିଡିଓ ମଧ୍ୟ ଜାରି କରିଛି ରୁଷ । ରାଷ୍ଟ୍ରପତି ପୁଟିନଙ୍କ ନିକଟତମ ସହଯୋଗୀ ଦିମିତ୍ରୀ କିସଲୋଭ୍‌ ଏହି ବୟାନ୍‌ ଦେଇଛନ୍ତି । ମାତ୍ର ଗୋଟିଏ ଉତ୍‌କ୍ଷେପଣ ନା ବୋରିସ୍‌ ରହିବେ ନା ବ୍ରିଟେନ୍‌ ରହିବ ।

ୟୁକେନ ଉପରେ ହାଇପରସୋନିକ୍‌ ମିଶାଇଲ ‘ସାଟନ୍‌- ୨’ଦ୍ୱାରା ଆକ୍ରମଣ କରିବାକୁ କହିଛନ୍ତି ଦିମିତ୍ରୀ । ଏହି ମିଶାଇଲ୍‌ ଆକ୍ରମଣ ପରେ ଭୟଙ୍କର ସୁନାମୀ ଆସିବ । ଏପରିକି ସୁନାମୀକୁ ୧୬ଶହ ୪୦ ଫୁଟ ପର୍ଯ୍ୟନ୍ତ ଆକ୍ଟିଭ କରିବାର କ୍ଷମତା ରଖିଛି ‘ସାଟନ୍‌- ୨’ । ଏହି ସୁନାମିରେ ଶେଷ ହୋଇଯିବ ବ୍ରିଟେନ । ବାହୁବଳୀ ମିଶାଇଲ୍‌ ଆକ୍ରମଣରେ ବ୍ରିଟେନ୍‌ ସମୁଦ୍ରରେ ବୁଡି ନିଶ୍ଚିହ୍ନ ହୋଇଯିବ । ସମଗ୍ର ବ୍ରିଟେନ୍‌ ‘ରେଡିଓଆକ୍ଟିଭ୍‌ େଓ୍ଵଷ୍ଟଲାଣ୍ଡ’ରେ ପରିଣତ ହୋଇଯିବ । ୟୁକ୍ରେନ୍‌କୁ ସମର୍ଥନ କରୁଥିବାରୁ ୟୁକେକୁ ଏପରି ଖୁଲ୍ଲମଖୁଲା ଉଡାଇଦେବା ଧମକ ଦେଇଛି ରୁଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.