ୟୁକ୍ରେନକୁ ୧୪ ଚ୍ୟାଲେଞ୍ଜର ଟ୍ୟାଙ୍କ୍‌ ଓ ୩୦ ତୋପ ଦେବ ବ୍ରିଟେନ୍‌, ଡେନିପ୍ରୋରେ ମିଜାଇଲ ମାଡରେ ୨୧ ମୃତ

କ୍ୱିବ୍‌ : ୟୁକ୍ରେନର ଡେନିପ୍ରୋ ସହରରେ ଥିବା ଏକ ବହୁତଳ ପ୍ରାସାଦ ଉପରେ ରୁଷ ମିଜାଇଲ ମାଡ ହେବା ଯୋଗୁ ୨୧ ଲୋକଙ୍କର ପ୍ରାଣହାନୀ ଘଟିଛି । ଏହି ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି । କିଛି ଗୁରୁତର ଆହତ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆକ୍ରମଣରେ ୭୩ ଲୋକ ଗୁରୁତର ହୋଇଥିବା ବେଳେ ପ୍ରାୟ ୩୫ ଜଣ ଲୋକଙ୍କ ପତ୍ତା ମିଳୁ ନଥିବା ଜଣାଯାଇଛି ।

ଏହା ମଧ୍ୟରେ ବ୍ରିଟେନ, ୟୁକ୍ରେନକୁ ୧୪ ଚ୍ୟାଲେଞ୍ଜର ଟ୍ୟାଙ୍କ୍‌ ଓ ୩୦ ତୋପ ଦେବାକୁ ଘୋଷଣା କରିଛି । ଆକ୍ରମଣ ସ୍ତୁପରୁ ଆହତ ଓ ମୃତକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ବ୍ରିଟେନର ଏହି ଟ୍ୟାଙ୍କ ଦେବା ଘୋଷଣାରେ ରୁଷ ବିରକ୍ତି ପ୍ରକାଶ କରିଛି ।

ୟୁକ୍ରେନରେ ଶୂନ ଡିଗ୍ରୀ ତାପମାତ୍ରା ଥିବା ବେଳେ ବିଦ୍ୟୁତ ସଂସ୍ଥାନ ଉପରେ ରୁଷର ଆକ୍ରମଣ ଯୋଗୁ ଲୋକେ ଥଣ୍ଡାରେ ନାହିଁ ନଥିବା ଅସୁବଧା ଭୋଗ କରୁଛନ୍ତି । ଶନିବାର ରୁଷ ସେନା ୩ ବିମାନ ଆକ୍ରମଣ, ୫୭ ମିଜାଇଲ ଆକ୍ରମଣ ଓ ୬୯ ରକେଟ ଆକ୍ରମଣ କରିଛି । ୟୁକ୍ରେନ ଏଥିରୁ ୨୬ ମିଜାଇଲ ଓ ରକେଟକୁ ଆକାଶ ମାର୍ଗରେ ନଷ୍ଟ କରିଦେଇଥିବା ଜଣାଯାଇଛି ।

ୟୁକ୍ରେନ ରାଷ୍ଟ୍ରପତି ସହଯୋଗୀ ଦେଶରୁ ସୈନ୍ୟ ସହଯୋଗ ସହ ତୋପ, ଟ୍ୟାଙ୍କ ଓ ଲଢ଼ୁଆ ବିମାନ ଆଶା କରୁଥିବା ପ୍ରକାଶ କରିଛନ୍ତି । ଆମେରିକା, ଫ୍ରାନ୍ସ, ବ୍ରିଟେନ ଓ ପୋଲାଣ୍ଡ ଆଦି ଦେଶ ୟୁକ୍ରେନକୁ ଟ୍ୟାଙ୍କ ଦେବାକୁ ଘୋଷଣା କରିଛନ୍ତି । ଆଗାମୀ ଶୁକ୍ରବାର ହେବାକୁ ଥିବା ୟୁରୋପିୟ ସଂଘ ବୈଠକରେ ଜର୍ମାନୀ, ୟୁକ୍ରେନକୁ ସୈନ୍ୟ ସହାୟତା ଦେବା ନେଇ ବିଚାର କରିବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.