Covishield ଟୀକାକୁ ହଁ କଲା ବ୍ରିଟେନ, ଦୁଇଟି ଡୋଜ ନେଇଥିଲେ କରିହେବ ଯାତ୍ରା
ବ୍ରିଟେନ ଯାତ୍ରା କରୁଥିବା ଭାରତୀୟଙ୍କୁ ଏକ ବଡ ଆଶ୍ଵସ୍ତି ମିଳିଛି । ନିଜ ଟ୍ରାଭେଲ ନିୟମ ଗୁଡିକରେ କିଛିଟା ପରିବର୍ତ୍ତନ ଆଣିଛି ବ୍ରିଟେନ । ଏହା ସହ ଭାରତ ମାଟିରେ ସିରମ ଇନଷ୍ଟିଟ୍ୟୁଟ ଦ୍ୱାରା ତିଆରି ହେଉଥିବା କୋଭିସିଲଡ଼ ଟୀକାକୁ ଅନୁମୋଦନ ବା ସ୍ୱୀକୃତି ଦେଇଛି । ଏଣିକି ବ୍ରିଟେନ ଯାତ୍ରା କରୁଥିବା କିମ୍ବା ଭବିଷ୍ୟତରେ ବ୍ରିଟେନ ଯାତ୍ରା ପାଇଁ ଇଚ୍ଛା ରଖୁଥିବା ବ୍ୟକ୍ତିମାନେ କୋଭିସିଲଡ଼ ଟୀକା ନେଇଥିଲେ ବି ଅବାଧରେ ଯାଇପାରିବେ । କିନ୍ତୁ ଅନ୍ୟପକ୍ଷରେ ବ୍ରିଟେନ ତରଫରୁ କିଛିଟା ସର୍ତ୍ତ ରଖାଯାଇଛି | ଭାରତରେ ଟିକା ପାଇଁ ଦିଆଯାଉଥିବା ପ୍ରମାଣପତ୍ର ବିଶ୍ୱାସଜନକ ହୋଇନଥିବାରୁ ବ୍ରିଟେନ ଯାତ୍ରା କରୁଥିବା ଭାରତୀୟଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ବୋଲି ବ୍ରିଟେନ ସରକାର କହିଛନ୍ତି ।
ସଂଶୋଧିତ ଗାଇଡଲାଇନରେ ଉଲ୍ଲେଖ କରିଛିଯେ ଆସନ୍ତା ଅକ୍ଟୋବର ୪ ତାରିଖରୁ ୟୁକେ, ୟୁରୋପ, ଆମେରିକା ତଥା ଆଉ କିଛି ଦେଶ ଦ୍ୱାରା ମାନ୍ୟତା ପ୍ରାପ୍ତ ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ଲୋକଙ୍କୁ ବ୍ରିଟେନ ଯିବାପାଇଁ ଅନୁମତି ମିଳିବ । ପୂର୍ବରୁ କିଛି ଟିକାକୁ ଅନୁମୋଦନ ମିଳିଥିବା ବେଳେ ଏବେ ଆଉ କିଛି ଟିକାକୁ ସ୍ୱୀକୃତିପ୍ରାପ୍ତ ତାଲିକାରେ ସାମିଲ କରାଯାଇଛି। ସେଗୁଡ଼ିକ ମଧ୍ୟରେ ରହିଛି ଆଷ୍ଟ୍ରାଜେନେକା କୋଭିସିଲ୍ଡ, ଆଷ୍ଟ୍ରାଜେନାକା ଭାକ୍ସଜେଭରିଆ ଓ ମଡର୍ଣ୍ଣା । ଏଗୁଡିକର ଦୁଇଟି ଯାକ ଡୋଜ୍ ନେଇଥିଲେ ମଧ୍ୟ ବ୍ରିଟେନରେ ପ୍ରବେଶ ପାଇଁ ଅନୁମତି ମିଳିବ। କିନ୍ତୁ କହିଛିଯେ କୋଭିସଲ୍ଡକୁ ମାନ୍ୟତା ମିଳିଥିଲେ ମଧ୍ୟ ଗାଇଡଲାଇନରେ କହିଛି ଯେ କୋଭିସିଲ୍ଡର ଦୁଇଟି ଯାକ ଡୋଜ୍ ନେଇଥିଲେ ବି ଭାରତୀୟ ଯାତ୍ରୀଙ୍କୁ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ । ଭାରତରେ ଦିଆଯାଉଥିବା ଟିକା ପ୍ରମାଣପତ୍ରକୁ ନେଇ ସନ୍ଦେହ ରହିଥିବାରୁ ଏମିତି କରାଯାଇଛି ବୋଲି ବ୍ରିଟେନ ପ୍ରତିପକ୍ଷ ଅଧିକାରୀ କହିଛନ୍ତି ।
ଅନ୍ୟପକ୍ଷରେ ଭାରତରେ କୋଭିସିଲ୍ଡର ଉତ୍ପାଦନ କରୁଥିବା ସେରମ ଇନଷ୍ଟିଟ୍ୟୁଟର ମୁଖ୍ୟ ଅଦର ପୁନାୱାଲା କହିଛନ୍ତି, ବ୍ରିଟେନ ସରକାର କୋଭିସିଲ୍ଡକୁ ମାନ୍ୟତା ଦେଇଛନ୍ତି । ଯାହାକି ଖୁସିର ବିଷୟ । କ୍ଵାରିଣ୍ଟିଂନ ନିୟମରେ ଶୀଘ୍ର ପରିବର୍ତ୍ତନ ଆଣିବା ଆବଶ୍ୟକ ।