୫୬ ବର୍ଷ ବୟସରେ ପୁଣି ବାହାହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ, କେରୀ ସାଇମଣ୍ଡସଙ୍କ ଧରିଲେ ହାତ

କେନ୍ୟୁଜ୍(ବ୍ୟୁରୋ):  ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପୁଣି ଥରେ ବିବାହ କରିଛନ୍ତି । କେରୀ ସାଇମଣ୍ଡସଙ୍କୁ ସେ ଗୁପ୍ତ ଭାବେ ବିବାହ କରିଛନ୍ତି । ୫୬ ବର୍ଷୀୟ ବୋରିସ ଜନସନ ୩୩ ବର୍ଷୀୟ କେରୀ ସାଇମଣ୍ଡସଙ୍କୁ େଓ୍ଵଷ୍ଟମିନିଷ୍ଟରର ଏକ ଚର୍ଚ୍ଚରେ ଗୁପ୍ତ ଭାବେ ବିବାହ କରିଛନ୍ତି । ବୋରିସ ଜନସନଙ୍କଠାରୁ କେରୀ ସାଇମଣ୍ଡସ୍‌ ୨୩ ବର୍ଷ ସାନ । ଅଳ୍ପ ସଂଖ୍ୟକ ଲୋକଙ୍କୁ ଏହି ବିବାହ ଉତ୍ସବରେ ନିମନ୍ତ୍ରଣ କରାଯାଇଥିଲା । ନିଜ ପରିବାର ଓ କିଛି ଘନିଷ୍ଠ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ । ଏବେ ବ୍ରିଟେନରେ ଲକଡାଉନ ପାଇଁ କେବଳ ୩୦ ଜଣ ଲୋକଙ୍କୁ ବିବାହ ଉତ୍ସବରେ ଅନୁମତି ରହିଛି । ଚର୍ଚ୍ଚକୁ ହଠାତ୍‌ ସାଢ଼େ ଗୋଟାଏ ବେଳେ ବନ୍ଦ କରି ଦିଆଯାଇଥିଲା ।

borish

ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିଲେ ସିକ୍ୟୁରିଟି ଫୋର୍ସ । ୨୦୧୯ରେ ପ୍ରଧାନମନ୍ତ୍ରୀ ହେବା ପରେ ବୋରିସ ଜନସନ ଓ କେରୀ ସାଇମଣ୍ଡସ୍‌ ଏକାଠି ରହୁଥିଲେ । ଗତବର୍ଷ ନିର୍ବନ୍ଧ ହୋଇଥିବା କହିଥିଲେ ବୋରିସ ଜନସନ । ବୋରିସ ଜନସନ ପୂର୍ବରୁ ଦୁଇ ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି । ୨୦୧୮ରେ ମରୀନା ହ୍ଵିଲରଙ୍କୁ ଠାରୁ ଅଲଗା ହେବା ପରେ ୨୦୨୦ରେ ଛାଡ଼ପତ୍ର ଦେଇଥିଲେ ବୋରିସ । ତାଙ୍କର ୪ଟି ସନ୍ତାନ ଥିଲା । ଏବେ ସେ ତୃତୀୟ ଥର ବିବାହ କରିଛନ୍ତି । ୨୩ ବର୍ଷ ବୟସରେ ବୋରିସ ଜନସନ ପ୍ରଥମ ବିବାହ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.