‘ଛାଡ଼ପତ୍ର ପାଇଥିବା ଭଉଣୀର ସମସ୍ୟା ଚୁପ୍‌ଚାପ ବସି ଦେଖି ପାରିବନି ଭାଇ; ଆଶ୍ରୟ ଦେବା କର୍ତ୍ତବ୍ୟ’! ଏମିତି ଟିପ୍ପଣୀ ଦେଲେ ଦିଲ୍ଲୀ ହାଇକୋର୍ଟ

କୌଣସି ଭାଇ ଛାଡ଼ପତ୍ର ପାଇଥିବା ତା’ ଭଉଣୀର ସମସ୍ୟାକୁ ଚୁପ୍‌ଚୁପ୍‌ ବସି ଦେଖି ପାରିବ ନାହିଁ। ଯେତେବେଳେ ଭଉଣୀକୁ ଆର୍ଥିକ ସହାୟତାର ଆବଶ୍ୟକ ପଡ଼ୁଥିବ, ସେହି ସମୟରେ ଭାଇ ଚୁପ୍‌ ରହି ପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି। ଏଥି ସହିତ ନିଜର ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀରେ କୋର୍ଟ କହିଛନ୍ତି କି, ନିଜ ବୃଦ୍ଧ ମାତାପିତାଙ୍କ ଦେଖାଶୁଣା କରିବା ପିଲାମାନଙ୍କର କର୍ତ୍ତବ୍ୟ।

ସୂଚନାଥାଉ କି, ଏ ସମ୍ବନ୍ଧରେ ଜଣେ ମହିଳା କୋର୍ଟରେ ପିଟିସନ ଦାଖଲ କରି ଦାବି କରିଥିଲେ ଯେ ତାଙ୍କ ପୂର୍ବତନ ସ୍ୱାମୀଙ୍କ ପାଖରେ ଛାଡ଼ପତ୍ର ପାଇଥିବା ତାଙ୍କ ଭଉଣୀ ଆଶ୍ରୟ ନେଇ ପାରିବେ ନାହିଁ। କିନ୍ତୁ କୋର୍ଟ ଉକ୍ତ ଦାବିକୁ ଭିତ୍ତିହୀନ କହିଛନ୍ତି। କୋର୍ଟଙ୍କ କହିବା ହେଲା, ପରିବାର ସଦସ୍ୟ ପରସ୍ପର ଭିତରେ ସ୍ନେହ, ଶ୍ରଦ୍ଧା କାରଣରୁ ଯୋଡ଼ି ହୋଇ ରୁହନ୍ତିି ଏବଂ ଖରାପ ସମୟରେ ପରସ୍ପର ପାଇଁ ଛିଡ଼ା ହୁଅନ୍ତି।

କହି ରଖୁଛୁ, ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଥିଲେ ଯେ ତାଙ୍କ ପୂର୍ବତନ ସ୍ୱାମୀଙ୍କ ଦ୍ୱାରା ତାଙ୍କୁ ଦିଆଯାଉଥିବା ଭରଣପୋଷଣ ରାଶି ବଢ଼ାଯାଉ। ତେବେ କୋର୍ଟ ଏହି ପିଟିସନ ଉପରେ ଶୁଣାଣି କରି କହିଥିଲେ, ବ୍ୟକ୍ତିଙ୍କ ଉପରେ ତାଙ୍କ ୭୯ ବର୍ଷୀୟ ବାପା, ସ୍ୱାମୀ ଠାରୁ ଛାଡ଼ପତ୍ର ପାଇଥିବା ଜଣେ ଭଉଣୀ, ଦ୍ୱିତୀୟ ପତ୍ନୀ ଓ ଗୋଟିଏ ପୁଅ ନିର୍ଭରଶୀଳ ଅଛନ୍ତି।

ଏହି କଥାରେ କୌଣସି ସନ୍ଦେହ ନାହିଁ ଯେ ଭଉଣୀଙ୍କୁ ତାଙ୍କ ସ୍ୱାମୀଙ୍କ ଠାରୁ ଭରଣପୋଷଣ ରାଶି ମିଳୁଛି। କିନ୍ତୁ ଭାଇ ଏମିତି ସମୟରେ ନିଜ ଭଉଣୀର ସମସ୍ୟାକୁ ଚୁପ୍‌ଚାପ୍‌ ବସି ଦେଖି ପାରିବ ନାହିଁ। ତାଙ୍କୁ ନିଜ ଖର୍ଚ୍ଚ ତାଲିକାରେ ଭଉଣୀର ସହାୟତା ପାଇଁ ବ୍ୟବସ୍ଥା କରିବାକୁ ପଡ଼ିଥାଏ ବୋଲି କୋର୍ଟ ଟିପ୍ପଣୀ ଦେଇଥିଲେ।

କୋର୍ଟଙ୍କ କହିବା ହେଲା, ବ୍ୟକ୍ତିଙ୍କୁ ପ୍ରତି ମାସରେ ୩୫,୦୦୦ ଟଙ୍କା ଦରମା ମିଳୁଛି ଏବଂ ତାଙ୍କ ପ୍ରଥମ ପତ୍ନୀଙ୍କ ଠାରୁ ଜନ୍ମିତ ପୁଅ ଏବେ ବଡ଼ ହୋଇ ସାରିଛନ୍ତି। ତାଙ୍କ ଆୟ ଉପରେ ପରିବାରର ସଦସ୍ୟମାନେ ନିର୍ଭରଶୀଳ ଅଛନ୍ତି। ତାଙ୍କୁ ମିଶାଇ ତାଙ୍କ ପୂର୍ବତନ ପତ୍ନୀ, ଦ୍ୱିତୀୟ ପତ୍ନୀ, ଦ୍ୱିତୀୟ ପତ୍ନୀଙ୍କ ଠାରୁ ଜନ୍ମିତ ଝିଅ ସାଙ୍ଗକୁ ବାପା ଏବଂ ଛାଡ଼ପତ୍ର ପାଇଥିବା ଭଉଣୀ ପାଇଁ ମଧ୍ୟ ଖର୍ଚ୍ଚ ଉଠାଇବାକୁ ପଡ଼ିଥାଏ। କୋର୍ଟ କହିଥିଲେ କି, ଏମିତି ସ୍ଥିତିରେ ଆୟକୁ ୫ ଭାଗରେ ବିଭକ୍ତ କରିବାକୁ ହେବ। ସେପଟେ କୋର୍ଟ ଆବେଦନକାରୀଙ୍କୁ ମିଳୁଥିବା ଭରଣପୋଷଣ ରାଶି ୬,୦୦୦ ଟଙ୍କାକୁ ବଢ଼ାଇ ୭,୫୦୦ ଟଙ୍କା କରିଛନ୍ତି।

Leave A Reply

Your email address will not be published.