ଅନର କିଲିଂ: ଭଉଣୀ ଏବଂ ତାଙ୍କ ପ୍ରେମିକକୁ ଗୁଳିକରି ହତ୍ୟା କଲା ସମ୍ପର୍କୀୟ ଭାଇ

ଭଉଣୀର ଅବୈଧ ପ୍ରେମ ସମ୍ପର୍କକୁ ସହି ନପାରି ସେମାନଙ୍କୁ ହତ୍ୟା କରିଛନ୍ତି ଜଣେ ସମ୍ପର୍କୀୟ ଭାଇ। ମୁଜ୍ଜାଫରନଗରର ନୂଆବସ୍ତିରେ ରହୁଥିବା ଭଉଣୀ ଏବଂ ତାଙ୍କ ପ୍ରେମିକଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ଜଣେ ସମ୍ପର୍କୀୟ ଭାଇ। ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ପରେ ତାକୁ ଗିରଫ କରିଛି।
ସୂଚନା ମୁତାବକ, ନୂଆବସ୍ତିରେ ରହୁଥିବା ଆସମା ଅର୍ଥାତ ଆସମିନ(୪୭)ଙ୍କ ବିବାହ ୧୨ ବର୍ଷ ପୂର୍ବେ ସାୱଟୁ ନଙ୍ଗଲା ନିବାସୀ ସରଫରାଜଙ୍କ ସହିତ ହୋଇଥିଲା। ଆସମିନ ନିଜ ସ୍ବାମୀ ସରଫରାଜଙ୍କ ସହିତ ଝଗଡା ଲଗାଇବା ପରେ ନୂଆବସ୍ତିରେ ଭଡା ଘର ନେଇ ରହୁଥିଲେ। ସେଠାରେ ଆସମିନଙ୍କ ଅବୈଧ ପ୍ରେମ ସମ୍ପର୍କ ରିକ୍ସା ଚାଳକ ଗଫ୍ପାରଙ୍କ ସହିତ ଥିଲା ବୋଲି ସମ୍ପର୍କୀୟ ଭାଇ ଆବିଦ ସନ୍ଦେହ କରୁଥିଲେ। ଏଥିପାଇଁ ଅସମିନଙ୍କୁ ପସନ୍ଦ କରୁନଥିଲେ ଆବିଦ।
ଆବିଦ ମଙ୍ଗଳବାର ଦିନ ଅସମିନଙ୍କ ଘରେ ଗଫ୍ପାରକୁ ଦେଖି ନିଜ ରାଗକୁ ସହ୍ୟ କରିପାରିନଥିଲେ। ରାଗକୁ ସହିନପାରି ଆବିଦ ଅସମିନଙ୍କୁ ଗୁଳି କରିବା ସହତ ଗଫ୍ପାରକୁ ମଧ୍ୟ ଗୁଳି କରି ହତ୍ୟା କରିଥିଲେ। ଘଟଣାସ୍ଥଳରେ ଆସମିନଙ୍କ ମୃତ୍ୟୁ ହେବା ସହିତ ଗଫ୍ପାରଙ୍କୁ ଗୁରୁତର ଭାବେ ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦିଲ୍ଲୀ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ ଆବିଦ ଫେରାର ହୋଇଥିବା ବେଳେ ପୋଲିସ ତାକୁ ବିଜରାଲ ରେଲୱେ ଅଣ୍ଡରପାସ ନିକଟରୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.