ସାମ୍ନାକୁ ଆସିଲା ଚୀନ ସୈନ୍ୟଙ୍କ କ୍ରୁରତା, ପୋଷ୍ଟ ମୋର୍ଟମରୁ ଭାରତୀୟ ସୈନ୍ୟଙ୍କ ଶରୀରରେ ମିଳିଲା ଗଭୀର କ୍ଷତ ଚିହ୍ନ

ଲଦାଖର ଗଳବାନ ଘାଟିରେ ଚୀନ ସୈନ୍ୟଙ୍କ ସହ ହାତାହାତି ସମୟରେ ସହିଦ ହୋଇଥିବା ୨୦ ଜଣ ଭାରତୀୟ ସୈନ୍ୟଙ୍କୁ ନେଇ ଏକ ବଡ ଖୁଲାସା ସାମ୍ନାକୁ ଆସିଛି । ଲେହ ସ୍ଥିତ ଏକ ହସ୍ପିଟାଲରେ ଯବାନ ମାନଙ୍କ ଶବକୁ ନେଇ କରାଯାଇଥିବା ପୋଷ୍ଟମର୍ଟମରୁ ଜଣା ଯାଇଛିକି, ଯବାନ ମାନଙ୍କ ପ୍ରତି ଚିନ ପଟରୁ କ୍ରୁରତା ଆଚରଣ କରାଯାଇଥିଲା । ଏମିତିକି ସେମାନଙ୍କ ଶରୀରରେ ଗଭୀର କ୍ଷତର ଚିହ୍ନ ମଧ୍ୟ ମିଳିଛି । ହାଇପରଥର୍ମିଆ ଓ ଏଫଇକ୍ସିଏସନ ବି କିଛି ଯବାନଙ୍କ ମୃତ୍ୟୁର କାରଣ ବୋଲି ଜଣାଯାଇଛି । କାର୍ଯ୍ୟରତ ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତିକି, କିଛି ସୈନିକଙ୍କ ଚେହେରା ଓ ଶରୀରର ଅନ୍ୟାନ ଅଙ୍ଗ ମାନଙ୍କରେ ଗଭୀର କ୍ଷତର ଚିହ୍ନ ଥିବା ସ୍ପଷ୍ଟ ଭାବେ ଜଣାଯାଇଛି । ଯେଉଁଥିରୁକି ଭାରତୀୟ ଯବାନଙ୍କ ପ୍ରତି ଚୀନ ପକ୍ଷର କ୍ରୁରତା ସ୍ପଷ୍ଟ ବାରି ହୋଇ ପଡୁଛି ।

India-China Border Face-off News Live Updates: India-China Border ...

ପୂର୍ବରୁ ଆଲୋଚନା ହେଉଥିଲାକି, ଚିନ ସୈନ୍ୟ ମାନେ ଗଳବାନ ଘାଟି ସଂଘର୍ଷରେ କଣ୍ଟା ଲାଗିଥିବା ଲାଠିର ପ୍ରୟୋଗ କରିଥିଲେ । ଅଧିକାରୀଙ୍କ ଅନୁଯାୟୀ ପ୍ରାୟ ୧୭ ଜଣ ଯବାନଙ୍କ ଶରୀରରେ ହିଂସାତ୍ମକ ଚିହ୍ନ ଥିବା ଦେଖିବାକୁ ମିଳିଛି । କହିରଖିବା ଉଚିତକି, କର୍ନେଲ ସନ୍ତୋଷ ବାବୁଙ୍କ ସମେତ ଅନ୍ୟ ଭାରତୀୟ ଯବାନ ମାନଙ୍କ ଶରୀରରେ କୌଣସି ପ୍ରକାର କ୍ଷତ ଚିହ୍ନ ମିଳିନଥିଲା । କିନ୍ତୁ ପରବର୍ତ୍ତୀ ରିପୋର୍ଟରୁ ତାଙ୍କ ମସ୍ତିସ୍କରେ ଗଭୀର କ୍ଷତ ହୋଇଥିବା ଜଣାଯାଇଛି । ସେସମୟରେ ହସ୍ପିଟାଲ ଓ ଆର୍ମି ବେସରେ ଥିବା ଅଧିକାରୀଙ୍କୁ ଶବ ଗୁଡିକର ଫୋଟୋ ନେବା ପାଇଁ ଅନୁମତି ମିଳିନଥିଲା । ଆଉ ମଧ୍ୟ କୁହାଯାଉଛିକି, ଏମଧ୍ୟରୁ ତିନି ଜଣ ଯବାନଙ୍କ ମୃତ୍ୟୁ ନଦୀରେ ବୁଡିବା କାରଣରୁ ହିଁ ହୋଇଛି । ଯେବେକି ଅନ୍ୟମାନଙ୍କ ମୃତ୍ୟୁ ଆଘାତ କାରଣରୁ ହିଁ ହୋଇଛି । ତିନି ଯବାନଙ୍କ ଶବରୁ ହିଁ ଚୀନ ସୈନ୍ୟଙ୍କ ବର୍ବରତା ବାରି ହୋଇପଡୁଛି ।

ଜଣେ ଅଧିକାରୀ ନିଜ ପରିଚୟ ପ୍ରକାଶ ନକରି କହିଛନ୍ତିକି, ଯବାନ ମାନଙ୍କ ଅବସ୍ଥା ଏମିତି ହୋଇଥିଲାଯେ, ସେମାନଙ୍କ ଚେହେରା ଚିନହୀ ହେଉନଥିଲା । ଆକ୍ରମଣରେ ଚୀନ ସେନା ମାନେ ଛୁରୀ ଓ ଧାରୁଆ କଣ୍ଟାର ବ୍ୟବହାର କରିଥିଲେ । ପୂର୍ବରୁ ଏହା ମଧ୍ୟ ଚର୍ଚ୍ଚା ହୋଇଥିଲାକି ଭୂପୃଷ୍ଠରୁ ୧୪ ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ ଗଳବାନ ଘାଟିର ଅତ୍ୟଧିକ ତାପମାତ୍ରା ହେତୁ ବି ଅନେକ ଯବାନ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.