ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା ବିଏସଏଫ, ୭ ଆତଙ୍କୀ ନିହତ

ଜମ୍ମୁ କଶ୍ମୀରରେ ୭ ଆତଙ୍କବାଦୀ ନିହତ। ଅନୁପ୍ରଦେଶ ଉଦ୍ୟମ ପଣ୍ଡ କଲା ବିଏସଏଫ। ବିଏସଏଫ ଯବାନଙ୍କ ହାତରେ ନିହତ ହୋଇଛନ୍ତି ଆତଙ୍କବାଦୀ । ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଉତ୍ତେଜନା ବଢ଼ୁଥିବା ବେଳେ ଜମ୍ମୁ କଶ୍ମୀର ସୀମାରେ ଅନୁପ୍ରବେଶ ଉଦ୍ୟମ କରିଥିଲେ । ନିହତ ଆତଙ୍କୀ ଜୈସ ଆତଙ୍କବାଦୀ ସଂଗଠନ ସହ ସଂପୃକ୍ତ ଅଛନ୍ତି ।
ଖବର ମୁତାବକ, ୮-୯ ମଧ୍ୟରାତ୍ରିରେ ଆତଙ୍କବାଦୀର ବଡ଼ ସମୂହ ପଶିବାକୁ ଚେଷ୍ଟା କରୁଥିଲା । ବିଏସଏଫର ସତର୍କ ଯବାନ ଆତଙ୍କୀ ଅନୁପ୍ରବେଶକୁ ରୋକିବାରେ ସଫଳ ହୋଇଛି । ଅତିକମରେ ୭ ଜଣ ଆତଙ୍କବାଦୀକୁ ମାରିଛନ୍ତି ଯବାନ ।
#WATCH | On 8-9 May 2025, BSF foiled a major infiltration bid at the International Boundary in Samba district, J&K by killing at least seven terrorists and causing extensive damage to the Pakistan Post Dhandhar
Visuals from Samba showing Pakistan post across the border pic.twitter.com/invwtOwy2b
— ANI (@ANI) May 9, 2025
ଜମ୍ମୁ-କାଶ୍ମୀରର ପୁଞ୍ଚରେ ପାକିସ୍ତାନୀ ସେନା ଲଗାତାର ପ୍ରବଳ ଗୁଳିମାଡ଼ କରୁଛି । ଭାରତ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଏବଂ POKରେ ଆତଙ୍କବାଦୀ ଆଡ୍ଡା ଉପରେ ବିମାନ ଆକ୍ରମଣ କରିଛି, ଯାହା ପରେ ପାକିସ୍ତାନ ଆତଙ୍କିତ ହୋଇ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ମାଧ୍ୟମରେ ଭାରତ ଉପରେ ଆକ୍ରମଣ କରିବାକୁ ବିଫଳ ପ୍ରୟାସ କରୁଛି । ଗତକାଲି ରାତି ପ୍ରାୟ ୮ଟାରେ, ପାକିସ୍ତାନ ପୁଣି ଜମ୍ମୁ, ରାଜସ୍ଥାନ ଏବଂ ପଞ୍ଜାବକୁ ଟାର୍ଗେଟ କରି ଆକ୍ରମଣ ଆରମ୍ଭ କରିଥିଲା, କିନ୍ତୁ ଭାରତ ଏହାର S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ବିମାନ ପ୍ରତିରୋଧୀ ବନ୍ଧୁକ ସାହାଯ୍ୟରେ ଏହି ଆକ୍ରମଣଗୁଡ଼ିକୁ ସଫଳତାର ସହ ବିଫଳ କରିଥିଲା ।
Also Read : ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଝରକା କବାଟ ବନ୍ଦ କରି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ