ବିଜେପି ସାଂସଦ ବରୁଣ ଗାନ୍ଧୀ ସୁଝି ପାରିଲେନି ୩୮ ହଜାରର ବିଲ୍, ବିଏସଏନଏଲ ଲେଖିଲା ନିର୍ବାଚନୀ ଆୟୋଗକୁ ଅଭିଯୋଗ ପତ୍ର

ଭାଜପାର ସାଂସଦ ବରୁଣ ଗାନ୍ଧୀ ଭାରତ ସଂଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ)ର ପାଖାପାଖି ୩୮ହଜାର ଟଙ୍କାର ବିଲ ପଇଠ କରିନାହାନ୍ତି। ଅନେକ ଥର କହିବା ପରେ ମଧ୍ୟ ବରୁଣ ଗାନ୍ଧୀ ବିଲ ଦେଲେ ନାହିଁ, ଏଣୁ ଶେଷରେ ନିରୁପାୟ ହୋଇ ବିଏସଏନଏଲ କମ୍ପାନୀ ପିଲିଭିତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ଲେଖିଛନ୍ତି। ଆପଣଙ୍କୁ କହିବାକୁ ଚାହିଁବୁ ବରୁଣ ଗାନ୍ଧୀ ଆଗାମୀ ଲୋକସଭା ନିର୍ବାଚନରେ ପିଲିଭିତ ସିଟରୁ ଲଢ଼ୁଛନ୍ତି।

ମିଡିଆ ରିପୋର୍ଟ ମୁତାବକ, ବିଏସଏନଏଲର ଆକାଉଣ୍ଟେଣ୍ଟ ଅଧିକାରୀ ପତ୍ରରେ ଲେଖିଛନ୍ତି, ପିଲିଭିତ ଲୋକସଭା ସିଟରୁ ୨୦୦୯-୨୦୧୪ ମସିହା ନିର୍ବାଚନ ସମୟରେ ବରୁଣ ଗାନ୍ଧୀଙ୍କ ପାଇଁ ୦୫୮୮୨ଟ୍ଟ ଟୋଲଫ୍ରି ନମ୍ବର ସେବା ଯୋଗାଇ ଦିଆଯାଇଥିଲା। କିନ୍ତୁ ଏବେ ଏହି ନମ୍ବରରେ ୩୮,୬୧୬ ଟଙ୍କା ବିଲ ରହିଥିବା ବେଳେ ତାହାକୁ କିଏ ଦେଇନାହାନ୍ତି। ଏପରିକି ଅନେକ ଥର ବିଲ ଦେବା ପାଇଁ କୁହାଯିବପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।

 

ଟେଲିକମ୍ ଏଜେନ୍ସି ଏହା ମଧ୍ୟ ଯୁକ୍ତି କରିଛନ୍ତି, ବରୁଣ ଗାନ୍ଧୀ ପିଲିଭିତ ପାଇଁ ନାମାଙ୍କନ ଦାଖଲ ସମୟରେ ବିଏସଏନଏଲରୁ ‘ନୋ ଡ୍ୟୁ’ ସାର୍ଟିଫିକେଟ ମଧ୍ୟ ଆଣିନଥିଲେ। ସୂଚନାଯୋଗ୍ୟ ବରୁଣ ଗାନ୍ଧୀ ୨୦୦୯ ରୁ ୨୦୧୪ ମସିହା ପର‌୍ୟ୍ୟନ୍ତ ପିଲିଭିତ ସିଟରେ ସଂସାଦ ରହିଥିଲେ। ଏହାପରେ ୨୦୧୪ ମସିହାରେ ବରୁଣଙ୍କ ମା ମେନକା ଗାନ୍ଧୀ ପିଲିଭିତ ସିଟରୁ ଲଢ଼ିଥିବା ବେଳେ ବରୁଣ ସୁଲତାନାପୁରରୁ ଠିଆ ହୋଇଥିଲେ। ଏବେ ପୁଣିଥିରେ ବରୁର ପିଲିଭିତ ସିଟରୁ ଲଢ଼ିବାକୁ ଯାଉଛନ୍ତି।

KNews Bureau

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିମ୍ ରେ ୭୨ ଜଣ ମନ୍ତ୍ରୀ, ୩୦ କ୍ୟାବିନେଟ, ୫ ଜଣ ରାଷ୍ଟ୍ରପାହ୍ୟା ସ୍ବାଧୀନ ଓ ୩୬ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା…

58 mins ago

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପଡ଼ୋଶୀ ରାଷ୍ଟ୍ର ନେତାଙ୍କ ସହ ସେଲିବ୍ରିଟି ଓ ଶିଳ୍ପପତିଙ୍କ ଗହଳି, ଶାହାରୁଖ, ରଜନୀକାନ୍ତ, ଅକ୍ଷୟ,ଅମ୍ବାନୀ ଓ ଆଦାନୀ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସେଲିବ୍ରିଟିଙ୍କ ଗହଳି। ଶାହାରୁଖ ଖାନ, ରଜନୀକାନ୍ତ, ଅକ୍ଷୟ କୁମାର ସାମିଲ ହୋଇଥିଲେ। ଅନୀଲ କପୁର,…

1 hour ago

‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଉଦଯାପିତ, ଯୋଗଦେଲେ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ଅମିତ ରାଏଙ୍କ ସହ ବିଶିଷ୍ଟ ଲେଖିକା ଡକ୍ଟର ପ୍ରତିଭା ରାୟ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଶେଷ…

1 hour ago

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…

2 hours ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌, ଓଡିଶାକୁ ୩ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …

3 hours ago

ବସ୍‌ ରେ ଯାତ୍ରା ସମୟରେ ଖସି ପଡ଼ୁଥିଲେ ଯାତ୍ରୀ, ସୁପରମ୍ୟାନ୍‌ ଭାବେ ଜୀବନ ରକ୍ଷା କଲେ କଣ୍ଡକ୍ଟର

ଯଦି ଆପଣ ଚଳଚ୍ଚିତ୍ରରେ 'ସ୍ପାଇଡରମ୍ୟାନ୍' ଦେଖିଥିବେ, ତେବେ ଆପଣ ବୋଧହୁଏ ଜାଣିଥିବେ ଷଷ୍ଠ ଇନ୍ଦ୍ରୀୟ (sixth sence) କ’ଣ କୁହାଯାଏ…

5 hours ago