ଦେଶ ବିଦେଶ

ବିହାର: ବୌଦ୍ଧଗୟା ମହାବୋଧି ମନ୍ଦିରରୁ ଚୋରି, ବୌଦ୍ଧଭିକ୍ଷୁକ ଚୋରାଇଲେ ଦାନ ଟଙ୍କା

ବିହାର ବୌଦ୍ଧଗୟା ସ୍ଥିତ ମହାବୋଧି ମନ୍ଦିରରୁ ଚୋରି । ଚୋରି କରିଥିବା ଲୋକ ଆଉ କେହି ନୁହେଁ ବରଂ ଜଣେ ବୌଦ୍ଧଭିକ୍ଷକୁ । ଏହି ଚୋରି ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ମନ୍ଦିରରୁ ବୌଦ୍ଧଭିକ୍ଷୁକ ପଇସା ଚୋରାଉଥିବା ଭିଡିଓ ଦେଖିବାକୁ ମିଳିଛି । ଭିକ୍ଷୁକ ଜଣକ ଚୋରି କରିବା ପରେ ଭଗବାନ ବୁଦ୍ଧଙ୍କ ପାଦ ଛୁଇଁ ପ୍ରଣାମ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

ଖବର ମୁତାବକ, ଏହି ବୌଦ୍ଧ ଭିକ୍ଷୁକ ଜଣଙ୍କ ମହାବୋଧି ମନ୍ଦିରର ଦାନ ପେଟିରୁ ଚୋରି କରୁଥିଲେ । କେହି ନଥିବା ସମୟରେ ସେ ସୁଯୋଗର ଫାଇଦା ଉଠାଇ ଚୋରି ଟଙ୍କା ସେ ନିଜ ବସ୍ତ୍ରରେ ଲୁଚାଇ ଥିଲେ ଏବଂ ଚୋରି କରିବା ପରେ ଏହି ବୌଦ୍ଧ ଭିକ୍ଷୁକ ଜଣଙ୍କ ଠାକୁରଙ୍କ ଚରଣ ସ୍ପର୍ଶ କରିବା ପରେ ସେହି ସ୍ଥାନରୁ ପଳାଇଥିଲେ । ଆଉ ଚୋରି କରିବା ପରେ ବୌଦ୍ଧଭିକ୍ଷୁକଙ୍କ ଜଣକ ପ୍ରଣାମ କରି କ୍ଷମା ମଧ୍ୟ ମାଗୁଛନ୍ତି । ଏହି ମନ୍ଦିରର ଗର୍ଭଗୃହରେ ଦାନପେଟି ରହିଥିଲା । ଯେଉଁଥିରୁ ବୌଦ୍ଧଭିକ୍ଷୁକ ଜଣକ ଚୋରି କରୁଥିବାର ଦେଖିବାକୁ ମିଳିଛି । ଏହି ବୌଦ୍ଧ ଭିକ୍ଷୁକ ଜଣଙ୍କ ଚୋରି କରୁଥିବା ସମୟର ସମସ୍ତ ଦୃଶ୍ୟ ମନ୍ଦିର ଗର୍ଭଗୃହରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା । ତେବେ ଚୋରି କରୁଥିବା ଏହି ବୌଦ୍ଧ ଭିକ୍ଷୁ ହେଉଛନ୍ତି ଭିକ୍ଷୁ ଧମ୍ମିକା ।

ବୌଦ୍ଧଗୟାର ମହାବୋଧି ମନ୍ଦିର ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଏଠାରେ ଭଗବାନ ବୁଦ୍ଧଙ୍କ ଜ୍ଞାନ ପ୍ରାପ୍ତି ହୋଇଥିଲା । ଏଠାକୁ ପ୍ରତିବର୍ଷ ଲକ୍ଷଲକ୍ଷ ବୌଦ୍ଧ ଭିକ୍ଷୁକ ଏବଂ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି । ଏଠାରେ ବିଦେଶୀ ପର୍ଯ୍ୟଟକ ଶ୍ରଦ୍ଧା ଭାବେ ଦାନ ଦିଅନ୍ତି । ତେବେ ପୂର୍ବରୁ ଏହି ମନ୍ଦିରରେ ଦାନଦକ୍ଷିଣାକୁ ନେଇ ମାରପିଟ୍‌ କରୁଥିବା ମାମଲା ସାମ୍ନାକୁ ଆସିଛି ।

ସୁରକ୍ଷା ଦୃଷ୍ଟିରୁ ମହାବୋଧି ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ବିଭିନ୍ନ ପର୍ଯ୍ୟାୟରେ କରାଯାଇଛି । ତେବେ ଏହି ଘଟଣାକୁ ନେଇ ବୋଧଗୟା ମନ୍ଦିରର ପରିଚାଳନା କମିଟି ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବା ସତ୍ତ୍ୱେ ଗର୍ଭଗୃହରୁ ଚୋରି ହେବା ପ୍ରଶ୍ନବାଚି ସୃଷ୍ଟି କରିଛି ।

Swagatika

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

23 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

32 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago