ଗୋଟେ ପ୍ଲାଟଫର୍ମରେ ମିଳିବ ସମସ୍ତ ସ୍ୱାସ୍ଥ୍ୟ ସୁବିଧା, ୟୁନିକ ହେଲଥ ଆଇଡି ଏବଂ ସ୍ୱାସ୍ଥ୍ୟ ସୁବିଧାକୁ ମିଳିବ ୟୁନିଭର୍ସାଲ ଆକ୍ସେସ
![budget](https://knewsodisha.com/wp-content/uploads/2022/02/budget-2.jpg)
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଆଜି କେନ୍ଦ୍ରବଜେଟ ୨୦୨୨-୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି। ଏହା ମୋଦି ସରକାରର ଦ୍ୱିତୀୟ କାର୍ଯ୍ୟକାଳରେ ୪ର୍ଥ ବଜେଟ। କରୋନା ମହାମାରୀ କାଳରେ ଉପସ୍ଥାପନା ହୋଇଥିବାରୁ ଏହାର ମହତ୍ୱ ଅଧିକ। ବଜେଟ ଉପସ୍ଥାପନା କରିବା ସମୟରେ ଅର୍ଥମନ୍ତ୍ରୀ ନ୍ୟାସନାଲ ହେଲଥ ଇକୋସିଷ୍ଟମ ପାଇଁ ଓପନ ପ୍ଲାଟଫର୍ମ ଆରମ୍ଭ କରାଯିବ। ଏଥିରେ ସ୍ୱାସ୍ଥ୍ୟଜନିତ ସୁବିଧା ପାଇଁ ଡିଜିଟାଲ ରେଜିଷ୍ଟ୍ରସନ ସାମିଲ ରହିବ। ଏହା ସହିତ ୟୁନିକ ହେଲଥ ଆଇଡି ଏବଂ ସ୍ୱାସ୍ଥ୍ୟ ସୁବିଧାକୁ ୟୁନିଭର୍ସାଲ ଆକ୍ସେସ ମିଳିବ।
ବଜେଟରେ ସୀତାରମଣ କହିଛନ୍ତି, ଆପତ୍ତକାଳୀନ କ୍ରେଡିଟ୍ ଲାଇନ ଗ୍ୟାରେଣ୍ଟି ଯୋଜନା (ECLGS) କୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଗ୍ୟାରେଣ୍ଟି କଭର ୫୦,୦୦୦ କୋଟି ଟଙ୍କାରୁ ବୃଦ୍ଧି କରାଯାଇ ୫ ଲକ୍ଷ କୋଟି ଟଙ୍କା କରାଯିବ।
ସେହିପରି ଇଲେକ୍ଟ୍ରିକ ଗାଡି ମାର୍କେଟକୁ ଅଭିବୃଦ୍ଧି କରିବା ପାଇଁ ଘୋଷଣା କରିଛନ୍ତି। ଡିଜିଟାଲ ବ୍ୟାଙ୍କିଂ ଏବଂ ଡିଜିଟାଲ ପେମେଣ୍ଟକୁ ବୃଦ୍ଧି କରିବା ପାଇଁ ମଧ୍ୟ କହିଛନ୍ତି। ପିଏମଆବାସ ଯୋଜନାରେ ୮୦ ଲକ୍ଷ ପରିବାରକୁ ଶସ୍ତା ଘର ଦୋବକୁ ମଧ୍ୟ ଘୋଷଣା କରିଛନ୍ତି। ଏଥିପାଇଁ ୪୮ ହଜାର କୋଟି ଫଣ୍ଡ ରଖାଯାଇଛି।