ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ କେନ୍ଦ୍ର ବଜେଟ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ଫୋକସ କରିଛନ୍ତି । ଏହି ଯୋଜନାରେ ୩ କୋଟି ଅତିରିକ୍ତ ଘର ନିର୍ମାଣ ହେବ । ସରକାର ଏହି ଯୋଜନା ଉପରେ ଗୁରୁତ୍ୱ ଦେଉଛନ୍ତି । ପିଏମ ଆବାସ ଯୋଜନା ଅଧିନରେ ୧୦ ଲକ୍ଷ କୋଟି ନିବେଶରୁ ୧ କୋଟି ଘର ନିର୍ମାଣ କରାଯିବ । ଯାହା ସିମେଣ୍ଟ ଶିଳ୍ପ ପାଇଁ ବେଶ୍ ଲାଭ ହେବ ।
ସେହିପରି ଇଣ୍ଡଷ୍ଟ୍ରୀରେ କାମ କରୁଥିବା ଶ୍ରମିକଙ୍କ ପାଇଁ ରେଣ୍ଟାଲ ହାଉସିଂ ସ୍କିମ ଘୋଷଣା ହୋଇଛି । ଏହି ସ୍କିମରେ dormitory type accommodation ମିଳିବ ।
ସେହିପରି ୩୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ୧୪ଟି ବଡ ସହରକୁ ବିକଶିତ କରିବା ପାଇଁ ଘୋଷଣା ହୋଇଛି । ଅର୍ବାନ ହାଉସିଂ ପାଇଁ ୨ ଲକ୍ଷ କୋଟି ମିଳିବ ।
ଏହାସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନାକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବଢ଼ାଯାଇଛି ।