ବଜେଟ ୨୦୨୪: ପ୍ଲାଷ୍ଟିକ ଓ ସିଗାରେଟ ହେବ ମହଙ୍ଗା, ୨୫ ପ୍ରତିଶତ ପର୍ଯ୍ୟନ୍ତ ବଢିବ ସୀମା ଶୁଳ୍କ

ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା କରିଛନ୍ତି । ବଜେଟରେ ଗରିବ, ଯୁବପିଢ଼ି, ମହିଳା, କୃଷକ ଇତ୍ୟାଦିଙ୍କୁ ଗୁରୁତ୍ବ ଦିଆଯାଇଥିବା ଦେଇଛନ୍ତି । ବଜେଟରେ କିଛି ଜିନିଷ ଶସ୍ତା ହୋଇଥିବା ବେଳେ ଆଉ କେତେକ ଜିନିଷ ମହଙ୍ଗା ହୋଇଛି ।

କ’ଣ ବଢିଲା :

– ସିଗାରେଟ
– ପ୍ଲାଷ୍ଟିକ ସାମଗ୍ରୀ
– ଆମୋନିୟମ ନାଇଟ୍ରେଟ
– ପିଭିସି ଫ୍ଲେକ୍ସ ବ୍ୟାନର
– ଟେଲିକମ ଉପକରଣ

ଏହିସବୁ ଜିନିଷରେ ସୀମା ଶୁଳ୍କ ବଢାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଆମୋନିୟମ ନାଇଟ୍ରେଟରେ ସୀମା ଶୁଳ୍କ ୧୦ ପ୍ରତିଶତ ବୃଦ୍ଧି ପାଇବ । ସେହିପରି ପିଭିସି ଫ୍ଲେକ୍ସ ବ୍ୟାନର ପାଇଁ ସୀମା ଶୁଳ୍କ ୨୫ ପ୍ରତିଶତ ବୃଦ୍ଧି ପାଇବ । ଟେଲିକମ୍‌ ଉପକରଣରେ ୧୦%ରୁ ୧୫ % ଶୁଳ୍କ ବୃଦ୍ଧି ପାଇବ ।