କେନ୍ଦ୍ର ବଜେଟ ୨୦୨୫ : ଟିଭି, ମୋବାଇଲ ଏବଂ ଇଲେକ୍ଟ୍ରିକ କାର୍ ଶସ୍ତା, କ୍ୟାନସର ଔଷଧ ବି ଶସ୍ତା

୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ଲଗାତାର ଅଷ୍ଟମ ଥର ପାଇଁ ଉପସ୍ଥାପନ କରୁଛନ୍ତି ସୀତାରମଣ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ବଜେଟରେ ସବୁଠୁ ବଡ ଘୋଷଣାକୁ ଅପେକ୍ଷା କରିଥାନ୍ତି ସବୁ ବର୍ଗର ଲୋକେ । ସାଧାରଣ ଲୋକଙ୍କ ପାଇଁ ବଡ ଘୋଷଣା କରିଛନ୍ତି ସୀତାରମଣ ।
ଏସବୁ ହେଲା ଶସ୍ତା:
ଶସ୍ତା ହେଲା ଜୀବନରକ୍ଷାକାରୀ ଔଷଧ
୩୬ ଔଷଧ ଉପରୁ ସୀମା ଶୁଳ୍କ ଛାଡ଼ ନେଇ ଘୋଷଣା
ଶସ୍ତା ହେଲା ଏଲଇଡି, ଏଲସିଡି, ଟିଭି ଓ ମେଡ଼ିକାଲ ଉପକରଣ
କ୍ୟାନସର ଔଷଧ
ମୋବାଇଲ ଫୋନ୍, ଲିଥିୟମ୍ ଆୟନ ବ୍ୟାଟେରୀ
ଚମଡା ପୋଷାକ
ବୈଦ୍ୟୁତିକ ଉପକରଣ ବି ଶସ୍ତା
ବ୍ୟାଟେରୀ କାର ବି ଶସ୍ତା
Also Read : କେନ୍ଦ୍ର ବଜେଟ ୨୦୨୫ : ମେଡିକାଲ ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ବଢିବ ୭୫ ହଜାର…